STORYMIRROR

ବିଜୟ କୁମାର ନାୟକ

Comedy Others

3  

ବିଜୟ କୁମାର ନାୟକ

Comedy Others

ବୋଲଣା

ବୋଲଣା

1 min
116

ଗଞ୍ଜଣା କୁହ,କି ନୁଛୁଣା କହିବ

ନିହାତି ଅଲଣା କଥା,

କାହାଠାରୁ ଶୁଣି କାହାଠିଁ ସୁଝାଅ

ଭାବିଲେ ଘୁରୁଛି ମଥା ।୧

ପର ମୁଖୁ ଶୁଣ ଆନ ବୋଲି ବୋଲ

ନିଜ ବୁଦ୍ଧି ଘାସ ଚରେ,

କାହାକୁ ଦେଖିଲେ ତରି ଯାଅ କିବା

କାହାକୁ ଦେଖିଲେ ମରେ ।୨

ଘୋଡ଼ା ଚଢ଼ା ବୁଦ୍ଧି ରଖିଦେ ବାପରେ

ଉଦ୍ଧାରେ ଯିବୁ କି ବାଟ,

ଘାସ କାଟିବାକୁ ଥରୁଛି କି ହାତ

ଖାଇନୁ ଅସଲ ଚୋଟ।୩

ବଡ଼ ବଡୁଆ କି କୁଣ୍ଡା ଦେଇ ସତେ

ପଢ଼ି ଥିଲେ ଦି ଅକ୍ଷର,

ବିକଳ୍ପ ଭିତରୁ ଉତ୍ତର ଖୋଜୁଛୁ

ବାଡେ଼ାଉ ହାତ ବକ୍ଷର ।୪

ହିତ ଉପଦେଶ ବିଷିପିତା ଲାଗେ

ଜହରକୁ ସୁଧା ମଣୁ,

ଚାରି ପାଞ୍ଜିରୁ ତୁ ଚାଲି ଯିବୁ ବାପ

ନିଜେ କୁରାଢ଼ୀ ରେ ହାଣୁ ।୫

ଆଉ ଶୁଣିବୁନି ଦାଉ ସାଧିବୁନି

ନୁଖୁରା ଭାଷା ଅଲଣା,

ଜିଇଁଥିବା ଯାଇ କାହାକୁ ନଦେବୁ

ଆଉ ତୁ କେବେ ବୋଲଣା ।୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy