STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ବୋଧେ ଶ୍ରାବଣ ଯାଇଛି ହଜି

ବୋଧେ ଶ୍ରାବଣ ଯାଇଛି ହଜି

1 min
441

ବୋଧେ ଶ୍ରାବଣ ଯାଇଛି ହଜି

ଚାରିଆଡେ ଏଠି ଟାଇଁ ଟାଇଁ ଖରା

ଶୁଷ୍କ ପଲ୍ଲବରେ ଶୋଭା ପାଏ ଧରା

ଚାଷୀ ପାରୁନାହିଁ ଚାଷରେ ମଜି ।


ଶ୍ରାବଣ ର ଧାରା ଝରୁନାହିଁ ଆଉ

ବହୁନି ଶୀତଳ ବାଆ

ଝାଳ ଜୁଡୁ ସୁଡୁ କାନ୍ଧରେ ବାହୁଙ୍ଗି

ବହି ଚାଲେ କାଉଡିଆ ।


କାଗଜରେ ଡଙ୍ଗା ଭାସୁନାହିଁ ଆଉ

ଗାଁ ଦାଣ୍ଡ ସୁଅ ଧାରେ

ଶ୍ରାବଣର ଝରିଦୁନିଆର ରଙ୍ଗ ମଞ୍ଚେ ଆମେ ସବୁ

ଜଣେ ଜଣେ କଳାକାର

ନିର୍ଦ୍ଦେଶକ ଛନ୍ତି ଜଣେ

ତାଙ୍କ ନିର୍ଦ୍ଦେଶରେ ନାଚିଥାଉ ଆମେ ,

ନିୟତି ଯୁଆଡେ ଟାଣେ ।

ଓଁ ଭଗବତେ ବାସୁ ଦେବାୟନମଃ ଯାଇଅଛି ହଜି

କାହିଁ କେଉଁ ଦୀଗନ୍ତରେ ।


ଶ୍ରାବଣ ହଜିଛି ଋଦ୍ରଙ୍କ ପ୍ରକୋପେ

ନାହିଁ ତାର ଶୋଭା ରାଜି

ବରଷାର ସେଇ ରିମ୍ ଝିମ୍ ତାନେ

କବି ପାରୁନାହିଁ ଲେଖାରେ ମଜି ।


ଗାଁ ବିଲ ବଣ ଶୋଭା ପାଉନାହିଁ

ସବୁଜ ଶସ୍ୟ ସମ୍ଭାରେ

ବୋଧେ ଶ୍ରାବଣ ଯାଇଛି ହଜି

ଋଦ୍ରଙ୍କର ପ୍ରକୋପରେ ।



Rate this content
Log in

Similar oriya poem from Abstract