STORYMIRROR

Pankajini Upadhaya

Inspirational

3  

Pankajini Upadhaya

Inspirational

ବନ୍ଧୁ

ବନ୍ଧୁ

1 min
27.4K


ବନ୍ଧୁ

ମନ ମହା ସିନ୍ଧୁ

ବନ୍ଧୁ ବ୍ୟାପକ ସେ ଶବ୍ଦ

ଅର୍ଥ ତା'ବହୁତ।

ଫରମାଲିଟି ଶବ୍ଦ

ଏଠି ନୁହଁଇ ସ୍ବାଗତ

ଭାବରେ ବନ୍ଧା

ଭଲ ପାଇବାରେ ବନ୍ଧା

ସମ୍ପର୍କରେ ବନ୍ଧା

ବନ୍ଧା ପୁଣି ପ୍ରେମ ବନ୍ଧନରେ।

ଜଟିଳ ଏ

ବନ୍ଧୁତା ରକ୍ଷା

ହସିବାରେ ବନ୍ଧୁ ବହୁ ସତ

କାନ୍ଦ ବେଳେ

ବନ୍ଧୁତ୍ବ ସୁଦୂର ପରାହତ।

ବନ୍ଧୁତ୍ଵ

ଚିନ୍ତନ ବେଳେ

ଚିନ୍ତିବା ସୁଦାମା

ବିଚାରିବା କୃଷ୍ଣର ମହିମା

ବନ୍ଧୁ ପରା ସେହି

କୃଷ୍ଣ ସୁଦାମା ଠାରୁ

ବଳିଷ୍ଠ ବନ୍ଧୁତ୍ଵ କେଉଁଠି

ଆଉ କାହିଁ ?

ବିଦ୍ୟାରେ ବନ୍ଧୁତା

ବିଦ୍ୟାଳୟ ଛାଡିଲେ

ସବୁ ପିତା ପିତା

ବନ୍ଧୁ ଟାଣେ ଗୋଡ

ନିଜେ ଉଠିବାକୁ ସତ୍ବର ।

ବନ୍ଧୁକୁ ଖୋଜିବା

ସମ୍ପର୍କ ସେତୁରେ

ପୁଅ ସାଥେ ଝିଅଟିଏ ବାନ୍ଧି

ବିବାହ ବନ୍ଧନେ

ଦେଇଥିବା ଛନ୍ଦି

ସେଠି ଖାଲି ଅର୍ଥର ବୈଭବ

ବନ୍ଧୁତ୍ଵର ନ ଥାଏ ସୌରଭ।

ଯିବା ଟିକେ

ଅଫିସ ଘରକୁ

ବନ୍ଧୁତା ଖୋଜିବା

ନିରୋଳା ପଣକୁ

ଭାଗ ମାପ ହିସାବ ସେଠି

ତୁ ମୋତେ

ମୁଁ ତୋତେ

ବଣ୍ଟାବଣ୍ଟି ନୀତି ।

ଖୋଜିବା

ଦାମ୍ପତ୍ୟ କ୍ଷେତ୍ରରେ

ସାତ ଜନ୍ମ ବନ୍ଧନର

ପ୍ରତିଶୃତି ବଦ୍ଧ

ଦେଖିବା ଠିକ ସେ

ପରଖିବା ପରଖ ନେତ୍ରରେ

ବନ୍ଧୁତ୍ଵର ଭାଗ ମାପ କେତେ ?

ସମ୍ପର୍କ ଶିଡିରେ ହେଉ

ଅବା ଅସମ୍ପର୍କ ଘଡି

ସବୁଠି ଅନ୍ଧତ୍ବ

ଭାରି ଦୌଡା ଦୌଡି।

ଆସିବା

ପ୍ରତିଭା କ୍ଷେତ୍ରକୁ

ଗୋଡ ଟଣା କ୍ଷେତ୍ର

ଏଠି ବହୁତ ବହୁତ

ଉଠିବାର

ରାସ୍ତା ଏଠି

ସୁଦୂର ପରାହତ

ବନ୍ଧୁତାରେ ଏଠି

ଅହଙ୍କାରବାଦ

ଭଲ ମନ୍ଦ ନୁହଁଇ ଚିହ୍ନିତ

ତେଲ ଏଠି ଗଲେ କରେ

ଭୁଲ ଠିକ ବିଚାର ନାହିଁରେ।


Rate this content
Log in

Similar oriya poem from Inspirational