STORYMIRROR

Debadatta Jena

Romance Tragedy Inspirational

3  

Debadatta Jena

Romance Tragedy Inspirational

ବନ୍ଧନ..

ବନ୍ଧନ..

1 min
303

ସାବରିଆ..

ମୁଁ ଜାଣେ..

ନାଁ ବନ୍ଧୁ, ନାଁ ବାନ୍ଧବୀ 

ତୋ ପାଇଁ ତ ବଡ଼

ତୋ ପ୍ରିୟ ଭଗିନୀ,

ନନ୍ଦ ଯଶୋଦା

ହୃଦୟ ପସରା,

ନନ୍ଦ ଦୁଲାଳୀ 

ପ୍ରେମ ପୁଜାରିଣୀ, 

ନାଁ ପ୍ରିୟା, ନାଁ ପ୍ରେୟସୀ,

ତୋ ପାଇଁ ତ ବଡ଼

ତୋର ସେ ମାନିନୀ,

ନନ୍ଦିନୀ ସେ ଯେ,

ଅଭିମାନିନୀ..!

ଆହୁରି ଵି,

ନାଁ ମାଆ,ମନ ମୋହିନୀ,

ତୋ ପାଇଁ ତ ବଡ଼,

ତୋ ପ୍ରିୟ ମାଉସୀ,

ମହାନ ସେ ମହିୟସୀ,

ଷାଠିଏ ପଉଟି

ଅନ୍ନ,ଭୋଗ ଥାଉ ଥାଉ,

ବ୍ୟଞ୍ଜନ ତ ତୋ'ର ସେ 

ବାସି ପୋଡ଼ପିଠା,

ଆଉ ତା'ସର ଲହୁଣୀ..!

ହଁ ରେ ଗୋବିନ୍ଦ..

ନାଁ ଜାୟା,ନାଁ ଜନନୀ,

ତୋ ପାଇଁ ତ ବଡ଼,

ସେ ରାଜ ନନ୍ଦିନୀ

ସୁନାନାକୀ ଗୋରୀ

ସୁନା ଭଉଣୀ ସେ 

ଦେବ ଦଳନୀ, 

ଷୋଳ ଶହସ୍ର ଯେତେ 

ଗୋପ ଗୋପାଳୁଣୀ,

ତଥାପି ତୋ'ମନରେ

ସେ ନନ୍ଦ ରାଣୀ,

ସ୍ନେହ କାଙ୍ଗାଳୁଣୀ..!

ହଁ ରେ କାହ୍ନା..

ନାଁ ରାଧା, ନାଁ ମୀରା,

ତୋ ପାଇଁ ତ ବଡ଼

ତୋ ସଖା,ସହୋଦରୀ,

ନିର୍ଦ୍ଧନର ଧନ ଶଙ୍ଖାଳି,

ନାଁ ଗଳାମାଳି, କେଉଁ 

ରାଣୀ,ପାଟରାଣୀ,

ରାଜ ରାଜେଶ୍ୱରୀ 

ସେ ରଙ୍କ ରଂକୁଣି..!

ହେ,ମୋହନ ବଂଶୀ..

ଭାବରେ ଵି ଥାଉ,

ସ୍ୱଭାବରେ ଥାଉ,

ଭାବ ବନ୍ଧନରେ ରହୁ ତୁ,

ଦାସ୍ୟରେ ଵି ଅଛୁ,

ସଖ୍ୟରେ ଵି ଅଛୁ,

ପ୍ରେମ ପ୍ରାବଲ୍ୟ ଅଟୁ ତୁ,

ମୋ ପାଇଁ କି ଜଣା,

କରୁଣା କି ଉଣା,

ଶାନ୍ତ ମଧୁର କମନୀୟ,

ଶୃଙ୍ଗାର ରସ ଯେ ତୁ..!

ହେ ରସ ରାଜ..

ମମତ୍ୱରେ ଅଛୁ,

ବତ୍ସାଲ୍ୟରେ ଵି ଅଛୁ,

ରୌଦ୍ର,ବୀର,କୋମଳ

ଗାନ୍ଧାର ଧୈବତ ତୁ,

ହସରେ,କାନ୍ଦରେ,

ଲୁହ ଓ ଲହୁରେ,

ତୋ ବିନୁ ବିଭତ୍ସ,ଅଦ୍ଭୁତ,

ଭାୟାନକ ଯେତେ ମୁଁ..!

ହେ ଦୟାନିଧି..

ନା,ଧନ ମାଗୁନାହିଁ,

କି ଜନ ମାଗୁନାହିଁ,

ମାଗୁଛି ଶରଧାବାଲିରୁ ମୁଁ,

ପ୍ରେମ ସୁଧା ନିଧି,ଭକ୍ତି,ମୁକ୍ତି,

ଶ୍ରଦ୍ଧା ଅମୃତ ବାରିରେ

ଏ ପ୍ରୀତି ହୃଦୟ ନୈବେଦ୍ୟ,

ଯେତେ ଅର୍ପଣ କରୁଛି ମୁଁ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance