STORYMIRROR

Chittaranjan Nanda

Children

3  

Chittaranjan Nanda

Children

ବନ୍ଧା ଶୁଅlଟି ବସି ଭାବୁଛି

ବନ୍ଧା ଶୁଅlଟି ବସି ଭାବୁଛି

1 min
164

ହେଉ ସେ ବେଦ ଉପନିଷଦ  

ନୀତିଶ୍ଲୋକ ଓ ପୁରାଣ 

ହେଉ ଆମର ପୋଥି ଭାଗବତ  

ଗୀତା ଓ ରାମାୟଣ |୧|


ଆଲୋଚନା ପର୍ଯ୍ୟାଲୋଚନା କରିବା 

ଆମେ ଯେବେ

ସରବ ଅଧିକାରର ସର୍ତ୍ତ ହେଲା ଉତ୍ତମ 

ଚରିତ୍ର ତେବେ |୨|


ବ୍ୟଥା ଦିଏ ସୂର୍ଯ୍ୟ ଅପେକ୍ଷା ସୂର୍ଯ୍ୟ 

କିରଣରେ ବାଲି ତାତିବା 

ହିନ୍ଦୁ ବୋଲି କହିବା ସହଜ କଷ୍ଟ 

ତାର ତତ୍ତ୍ୱକୁ ପାଳିବା |୩|


ଆଜି ହିନ୍ଦୁ ଧର୍ମର ମିଥ୍ୟା ପ୍ରଚାରକ 

ମାନଙ୍କୁ ପରଖିବା

ହିନ୍ଦୁ ବାବାଜୀ ବୋଲାଇ ମନ୍ତ୍ର ଭୋଗ 

ବିଳାସରେ ରହିବା |୪|


ହିନ୍ଦୁ ଧର୍ମ ମିଥ୍ୟା ପ୍ରଚାରକ ଅଧିକ 

ପ୍ରତିପତ୍ତି ଦେଖାଅନ୍ତି 

ଧର୍ମର ମୂଳମନ୍ତ୍ର ଭୁଲି ଲୋକଙ୍କୁ ଜିନ୍ଦା 

ଜାଳିବାକୁ ପଛାଇ ନାହାନ୍ତି |୫|


ଆଜି ଲୋକ ହିନ୍ଦୁ ବାବାଜୀ ବୋଲାଇ 

ବ୍ୟବସାୟ କରନ୍ତି

ହିନ୍ଦୁ ସୁଲଭ ଭଲ ଗୁଣ ଭୁଲି ଯାଇ ସମସ୍ତ 

ପ୍ରକାର କୁକର୍ମ କରନ୍ତି |୬|


ପଞ୍ଜୁରୀ ଭିତରେ ବନ୍ଧା ହୋଇ ଶୁଅlଟି

ବସି ଭାବୁଛି

ଏମାନଙ୍କ ହୀନଚକ୍ରାନ୍ତକୁ ଆଖି ବୁଜି 

ମାନି ନେଉଛି |୭|



Rate this content
Log in

Similar oriya poem from Children