STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

ବନ ମାନବ

ବନ ମାନବ

1 min
13.7K


ସୁରଜିତ୍ କୁମାର ପାତ୍ର


ମୁଁ ଆକାଶରେ ଉଡିବିନି

ମୁଁ ତ ଫଳଖିଆ ବନର ମାନବ

ମୁଁ ଆକାଶରେ ଉଡିଲେ

ସହରିଏ ଖାଇଯିବେ ମୋ'ବନ ବିଭବ।

ମୋ'ବନର ସବୁଜିମା ଲୁଟିନେବେ ସକଳେ

ଅଗଣାରେ ସଜାଇବେ

ହସିବାକୁ ସଞ୍ଜବେଳେ

କଂକ୍ରିଟର ଜଙ୍ଗଲଟେ ତୋଳିଦେବେ ଏଠି

ମୋ'ବନର ଯେତେଧନ ସବୁ କାଟିକୁଟି ।

ଏଇ ଦେଖୁଛ ...

ମୋ'ଆଗର ବିସ୍ତୀର୍ଣ୍ଣ ମୂଲକକୁ ?

ହାତୀଶୁଣ୍ଢ ଯନ୍ତ୍ର ଆଣି ଖୋଳିଦେବେ ତାକୁ।

ଇଟା ଆଉ ସିମେଣ୍ଟରେ ସଜାଡିବେ କାନ୍ଥ

ଘର୍ଘର ନାଦରେ ପୋତିଦେବେ ଖାଲଢିପ କ୍ଷେତ ।

ବାରଡଙ୍ଗି ଚୁଡାର ଏ ପାହାଡି କନ୍ଯାକୁ

ବାଟଭାଙ୍ଗି ନେଇଯିବେ ଗାଧୂଆ ଘରକୁ।

ମୋତେ ଡାକିବନି....

ଏ ଜଙ୍ଗଲ ମାଁ ମୋର ଏଇ ମାତୃଭୂମି

କାହିଁକି ଉଡିବି ଆକାଶରେ

ପାଦଚଲା ଯନ୍ତ୍ରଣା

ଆଉଥରେ ସହିବାକୁ ଓହ୍ଲାଇଲାପରେ

ନାଁ-ଥାଉ...ଟଙ୍କାର ଲୋଭରେ

ଏ ଜନ୍ମରେ ଆଉକେହି ମାଁ ମୋର ନହେଉ ।

ମୁଁ ଏଠି ଠିକ୍ ଅଛି

ତା'କୋଳର ସୌଗନ୍ଧକୁ ହାତରେ ସାଉଁଟି

ତା' ସ୍ନେହରେ ବନ୍ଧାହୋଇ

ଜୀବନ ଜୀଉଁଛି ।।


ଉତ୍କଳିକା ଭାଷା ନିଳୟ

ସାଇତିଙ୍ଗିଆ ଫିରିଙ୍ଗିଆ

କନ୍ଧମାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational