Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUSRI SAHOO

Inspirational

1.0  

SUSRI SAHOO

Inspirational

ବଳୀ ମହାପାପ

ବଳୀ ମହାପାପ

1 min
13.7K


ମାଆ କେବେ ବଳୀ ଚାହିଁତ ନଥାଏ
କଳୁଷ ମାନସିକତା
ଜନ୍ମଦାତ୍ରୀ କେବେ ଭକ୍ଷକ ସାଜେନା
ସେ ରକ୍ଷକ ଆଦିମାତା ||
ତନ ମନ ଦେଇ ଜୀବ ଦାନ ଦିଏ
ସହି ଶତ ବାଧା ବିଘ୍ନ
ରୁଧିରେ ହୁଏନା ତୃଷା ନିବାରଣ
ବଳୀ ରେ ନଥାଏ ମନ ||
ଚନ୍ଦ୍ର କୁ ପହଞ୍ଚି ଚାନ୍ଦକୁ ଧରିଲେ
ବିଜ୍ଞାନର ଯୁଗେ ଆମେ
ଅନ୍ଧବିଶ୍ବାସ କୁ ଜାବୁଡି ଧରିଛେ
ଜୀବନର ଅନୁକୋଣେ ||
ନର ଦେଉଥାଏ ପୁଣି ନରବଳୀ
ପିଶାଚ ସାଜିକି ଦିନେ
ରକ୍ତ ଦାନ ଦେଲେ ସିଦ୍ଧି କି ମିଳଇ
ବାଇଆ ହେଲୁକି ମନେ ||
ପଶୁ ଠାରୁ ହୀନ ହୋଇଲା ମଣିଷ
ପଶୁ ବଳୀ ଦେଉଥାଏ
ଅନ୍ତର ଭାବକୁ ପାରେନା ପ୍ରକାଶି
ନୀରୀହ ଜୀବଟି ସିଏ ||
କପାଳେ ସିନ୍ଦୁର ଗଳେ ଭରି ମାଳ
ଟାଣି ଟାଣି ନେଇ ଥାଅ
କି କରୁଣ ତାର ବଦନ ଦିଶଇ
ନୟନୁ ଝରଇ ଲୁହ ||
ମାତା କେବେ ଖାଏ ରକ୍ତ କି ମାଉଁସ
ଅଧମ ଭକ୍ଷଣ କରେ
ନିଜେ ପାପ କରି କଳଙ୍କ ଲଗାଏ
ଆଦିମାତାଙ୍କ ମଥାରେ ||
ଆଖି ବୁଜି ବୁଜି ଦୁଧ ସେ ପିଅଇ
ସତେକି ଜାଣେନା କିଛି
ଜଗତ ବିନାଶ ସୃଷ୍ଟି ମୂଳାଧାର
ମୂର୍ଖ ନିଜକୁ ଭାବୁଛି ||
ତାନ୍ତ୍ରିକ ତନ୍ତ୍ର ବିଦ୍ୟା ସାଧନା ପାଇଁ
ଜୀବ ହତ୍ୟା କରିଥାଏ
ମୁଢ,ହତ୍ୟାକରୀ ,ପାପୀ,ଦୁରାଚାରୀ
ଯୌବନ କି ଫେରି ପାଏ ||
ଜନମିଲେ ମୃତ୍ୟୁ ହୁଅଇ ନୁଶ୍ଚିୟ
ଏ ଅଟେ ଅଟଳ ସତ୍ୟ
ହେଉକି ଦାନବ ହେଉ ସେ ଦେବତା
ଅମର ନୁହେଁ କେହିତ ||
କର୍ମ ଅନୁସାରେ ଫଳଟି ମିଳଇ
ଯୁଗେ ଯୁଗେ ଅଛି ଲେଖା
ଧର୍ମ କଲେ ଜୀବ ସଦଗତି ଲଭେ
ମନରେ ନରଖ ଶଙ୍କା ||
ସଦବୁଦ୍ଧି, ସଦଜ୍ଞାନ ଲଭୁ ଜନ
କରୁଣା ବରଷା ହେଉ
ବଳୀ ପ୍ରଥାଟିକୁ ମହାପାପ ଭାବି
ଜୀବେ ଦୟା ମନେ ରହୁ ||

ସୁଶ୍ରୀ ସାହୁ

ଶିଂଲଗ
ମେଘାଳୟ


Rate this content
Log in

Similar oriya poem from Inspirational