STORYMIRROR

Panchanan Jena

Tragedy

3  

Panchanan Jena

Tragedy

ବିଟପୀ ମିଡିଆ

ବିଟପୀ ମିଡିଆ

2 mins
218

କରେ।ନା ଭୂତାଣୁର ଦ୍ୱିତୀୟ ଲହର ମାଡି ଆସୁଛି 

ଉଜୁଡି ଗଲାଣି ସଜଡ଼ା ସଂସାର

ଶ୍ମଶାନରେ କୁଢ଼ କୁଢ଼ ବାସି ମଡ଼ାର କହର

ଲେଲିହାନ ଚିତାରେ ହେଉଛି ସାମୁହିକ ଶବ ସତ୍କାର

ସର୍ବଗ୍ରାସୀ କୋଭିଡ଼ ମହାମାରୀ ଧାଇଁ ଆସୁଛି ।୧


ରୋଗୀରେ ଭର୍ତ୍ତି ଡାକ୍ତରଖାନା ସାରା

ବେଡ଼ ଖଣ୍ଡିଏ ପାଇଁ ଡହଳ ବିକଳ ଜ୍ଞାତି କୁଟୁମ୍ବ ପରା

ଅମ୍ଳଜାନ ଟାଙ୍କି ଲଗେଇ ଗାଡ଼ିରେ ବୁଲୁଛନ୍ତି ଆତ୍ମୀୟମାନେ ଦିନ ସାରା

ଆଶାହରା ଦିଶାହରା ପରିଜନ ଅଧାମରା ।୨


ଭାରତ ସଂକ୍ରମଣରେ ପ୍ରଥମ ସ୍ଥାନିତ

ଚବିଶ ଘଣ୍ଟାରେ ଚାରି ଲକ୍ଷ ଆକ୍ରାନ୍ତ

ତିନି ହଜାର ମରିଲେଣି ଆଜି ଏମନ୍ତ

ରାଜଧାନୀ ଦିଲ୍ଲୀରେ ଅବସ୍ଥା ଅଣାୟତ୍ତ 

ମହାରାଷ୍ଟ୍ରରେ ଟିକା- ଅକ୍ସିଜେନ ନାହିଁ ଗଚ୍ଛିତ

ଗୁଜରାଟରେ କ୍ରାଓଜେନିକ ଟେଙ୍କର ଘୋର ଅଭାବିତ

ରାଜସ୍ଥାନରେ ପୋକ ମାଛି ପରି ମରୁଛନ୍ତି ଶତଶତ ।୩


ଏ କଥା ମୁଁ କହୁନି ସୁଜନେ

ଟିଭି ଅହରହ ଦେଖେଇ ଚାଲିଛି

ଏ ବ୍ୟଥା ମୁଁ ବଖାଣୁନି ସୁଧିଜନେ

ନିଉଜ ଚ୍ୟାନେଲ ଟପି ଗପୁଛି ।୪


ପ୍ରଶ୍ନ ମୋର---

ଏହି ସବୁ ଦେଖେଇ କ'ଣ କହିବାକୁ ଚାହାନ୍ତି ଆପଣମାନେ ?

ଏହି ସବୁ ତର୍କ ବିତର୍କରେ କ'ଣ ସିଦ୍ଧାନ୍ତ ବାହାର କରିବେ ଭଦ୍ର-ଭଦ୍ରା ମାନେ ?


ମହାମାରୀ ଅସମ୍ଭାଳ - ସମସ୍ତେ ଜାଣନ୍ତି

ଆଉଟ ଅଫ୍ କଣ୍ଟରୋଲ କରୋନା - ଏହା ବି ସମସ୍ତେ ବଦନ୍ତି


ମୋର ପୁଣି ପ୍ରଶ୍ନ---

ଏହି ସବୁ ବିଭତ୍ସ ଦୃଦୟ- ବିଦାରକ

ଏହି ସବୁ କରୁଣ ଭୟ -ଚାୟକ

ଏହି ସବୁ ଦାରୁଣ ବ୍ୟଥା -ଉଦ୍ରେକ

ଏହି ସବୁ ପ୍ରଳୟ ଡର -ଦ୍ୟୁତକ

ତଥ୍ୟ ମାଧ୍ୟମରେ କାହିଁକି ଡରଭଛ ଭୀତତ୍ରସ୍ଥ ଜନତାଙ୍କୁ ?


କୁ- ରିପୋଟିଙ୍ଗ ମାଧ୍ୟମରେ କାହିଁକି ମୃତ୍ୟୁଗାମୀ କରଉଛ ତ୍ରସ୍ଥ ବାପୁଡାଙ୍କୁ 


କାହିଁକି ଭାଇ କାହିଁକି ???


ଚତୁର୍ଥ ସ୍ତମ୍ଭ ଗଣତନ୍ତ୍ରର ଜନ ଜାଗରଣର

ଜାଗ୍ରତ ପ୍ରହରୀ ନାଗରିକ ଅସ୍ମିତାର ଆଦ୍ୱାନର

ଶତ ଧିକ୍କାର ଶତ ଥୁଥ୍ କାର

ଅୟୁତ ନିୟୁତ ପାଦ ପ୍ରହାର ।୫


ଦୁଃଖି ଜନତାର ହେବାକୁ ଅଛି ସଖା ସହୋଦର 

ସୁସ୍ଥ ରୋଗୀର ସାକ୍ଷାତକାର ହିଁ ଦରକାର


ଶୋକ ଜର୍ଜରିତ ଦରଦୀ ମଣିଷର

ଠିକଣା ଅମ୍ଳଜାନ ସିଲିଣ୍ଡର ହିଁ ଦରକାର


ମୃତ୍ୟୁ ଶଙ୍କିତ ପରିଜନ ପରିବାରର

ଡାଟାବେସ ପ୍ଲାଜମା ଡୁନର ହିଁ ଦରକାର


କ୍ରନ୍ଦନରତ ଅସହାୟ ମାନବର

ସଠିକ ଏମବୁଲାନ୍ସ ସେବା ହିଁ ଦରକାର


ଅଖିଆ ଅପିଆ ଅସୁଆ ଲକ୍ଷ ଲକ୍ଷ ଧନି- ନିର୍ଦ୍ଧନ ମଣିଷର 


କିନ୍ତୁ ଆପଣଙ୍କର ଖବରରେ ନାହିଁ ନଜର ନୂଆ ଆଶାର

ନୂତନ ନବୀନ ସମ୍ଭାବନାର


ଡରକୁ କରି ଚର୍ବିତ ଚର୍ବଣ ତୀକ୍ଷଣ ଜହର ଖାଲି କରିଚାଲିଛି ଘୋଡ଼ା ବେପାର


ମଣିଷକୁ ବୋଝ ଉପରେ ନଳିତା ବିଡା ଲଦେଇ ଗଦେଇ ହାହାକାର


କିସ ବା ହାସଲ କରିବ ସତ୍ୟାନାସୀ

କ'ଣ ବା ସାଉଁଟିବ ବିଟପୀ ମିଡ଼ିଆ ହାଉସ ବାସୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy