ବିଲେଇ ଚାହିଁଛି
ବିଲେଇ ଚାହିଁଛି


କୁଟୁ କୁଟୁ କୁଟୁ ମୂଷା କାଟୁଛନ୍ତି
ବିଲେଇ ଚାହିଁଛି ଦୂରୁ
ମନେମନେ କହେ ଜଳଖିଆ କିଛି
ମିଳନ୍ତାକି ମହାପୁରୁ !
ସମ୍ଭାଳି ନପାରି ମନର ଲୋଭକୁ
ଡାକିଲା କଅଁଳ କରି
ଆ' ରେ ପୁତୁରା ଗପ ଶୁଣେଇବି
କୋଳରେ ତତେ ମୁଁ ଧରି ।
ମାଆ ସିନା ନୁହେଁ ମାଉସୀ ତୋହର
ଭାବୁଛୁକି ମତେ ପର
ଗାତରୁ ବାହାରି ଆସିଲେ ପାଖକୁ
ଦେଖିବୁ ବୁଲି ମୋ ଘର ।
କୋଳରେ ବସେଇ ଖୁଆଇ ଦେବି ମୁଁ
ଦୁଧଭାତ , ମାଛ ଭଜା
ତେବେ ସିନା ତୁହି ଜାଣିବୁ ମାଉସୀ-
ଘରର ଖାଇବା ମଜା !
ମୂଷା କହେ , " ନାଇଁ ନାଇଁଲୋ ମାଉସୀ
ଅକାଳେ ସକାଳେ ଡାକୁ
ମନକଥା ଜାଣେ , ଭାବୁଛୁକି ମତେ
ଜଳଖିଆ କରିବାକୁ ?
ଚାଲାକି ତୋ ପାଖେ ଥାଉ
ଦରକାର ନାହିଁ ତୋ ଘର ବୁଲିବା
ଡାକୁଥା' କାହାକୁ ଆଉ" ।
କୁଆଁସ , ମେରଦା କାଟିଆ , ଯାଜପୁର
ଆଳାପ :- ୮୯୮୧୭୩୭୨୨୮