ବିକୄୄୄୄୄୄୄତ ମସ୍ତିଷ୍କ
ବିକୄୄୄୄୄୄୄତ ମସ୍ତିଷ୍କ


ଆକାଶେ ମାଳ ମାଳ
ବୁଲୁଛନ୍ତି ପଙ୍ଗପାଳ
ନଷ୍ଟ କଲେଣି ଫସଲ
ପ୍ରଭୂ ତୁମେ ଏ କି କଲ ??
ପୄଥିବୀରେ ମହାମାରୀ
ମଣିଷଙ୍କୁ ଦିଏ ମାରି
ନାମ ଅଟେ ତା କୋରନା
ତହୁଁ ଉଦ୍ଧାର ହେ ହରି ॥
ଗଭୀର ସମୁଦ୍ରରେ
ତାଣ୍ତବ ରଚେ ବାତ୍ୟା
ତିନିପାଖ ପାଣି ଘେରରୁ
ରକ୍ଷା କର ଜଗନ୍ନାଥିଆ ॥
ଭୂ- ଗରଭ ଥରହର
ଜନଙ୍କ ଅସାଧୁ କର୍ମରେ
କାନ୍ଦେ ସିଏ ବାରବାର
ଭୂ-କମ୍ପ ପାଇଁ ଲାଗେ ଡର ॥
ପ୍ରାକୣତିକ ବିପତ୍ତିମାନ ଆସିଲେ
ଲାଗିବ ସିନା ଭୟ ଅଧିକ
ଘରେ ଧର୍ମପତ୍ନୀ ପାଇଁ କିଏ
ଲେଖିଛି ଡର ଲାଗେ ବୋଲି ???
ଧର୍ମଛଡା କି ଲକ୍ଷ୍ମୀଛଡା ହେବାକୁ
କିଏ ଲେଖିଲା ଏ ବିବରଣୀ
ଉପାସେ ଅରକ୍ଷିତ ଭଳି ମରିବାକୁ
ଖୋଜୁଛି କି ଗାଁ ମଶାଣୀ ॥
ରୋଗକୁ ପୋକଜୋକକୁ ଡରିବ
ନୂହଁଇ ତାହା ଭୂଲ
ଧର୍ମପତ୍ନୀଙ୍କୁ ଚିହ୍ନି ନ ପାରିଲେ
ଯୋଗୀ ହେବା ଭଲ ॥