ବିଦ୍ୟାଳୟ ଆଜି କାନ୍ଦୁଛି
ବିଦ୍ୟାଳୟ ଆଜି କାନ୍ଦୁଛି
ବନ ପୋଡିଗଲେ ସମସ୍ତେ ଜାଣନ୍ତି
ଏ କଥା କିଏ ନ ଜାଣେ
ମନ ପୋଡ଼ିଗଲେ କିଏ ବା ଜାଣିବ
ଜାଣିବା ଲୋକ ତ ଜଣେ ।
ଗୁମୁରି ଗୁମୁରି କାନ୍ଦୁଛି
ଆଜି ବିଦ୍ୟାଳୟଟି
ସୁଶୋଭିତ ତନୁ ତା'ର
ଛିନ୍ନ ଭିନ୍ନ ହୋଇଛି |
ଦଳ ଦଳ ଆସି ଶିକ୍ଷାର୍ଥୀ
ଧରି ଶିକ୍ଷା ଗୁଣ୍ଠନ
ଯାକୁ ଦେଖି ଦିନେ ବିଭୋର
ଥିଲା ତା ମନ ପ୍ରାଣ |
ଦୀର୍ଘ ସାତ ମାସ ହେଲାଣି
କିଏ ପଚାରେ ତାକୁ
ଶିରୀହୀନ ହୋଇ ନୀରବେ
କାନ୍ଦେ ଫଟାଇ ବୁକୁ |
ଆସି ମହାମାରୀ କରିଛି
ସବୁ ଓଲଟା ଫଳ
ସେଥିପାଇଁ ତୀବ୍ର ବିରୁଦ୍ଧ
ସରକାରଙ୍କ କଳ |
ବେଳେ ବେଳେ ଆସି ମାଷ୍ଟର
ଦେଖି ଦୁର୍ଦ୍ଦଶା ମୋର
ଉର୍ଦ୍ଧ୍ୱମୁଖ ହୋଇ ଛାଡ଼ନ୍ତି
ଦୁଃଖେ ହତାଶ ସ୍ୱର |
ଦିନ ପରେ ଦିନ ଗଡୁଛି ଚାହିଁ
ଖୋଲିବା ବେଳ
ପୁଣି ତା ପ୍ରାଙ୍ଗଣ କମ୍ପିବ ଛାତ୍ର
ଛାତ୍ରୀ ଙ୍କ ମେଳେ |
ସବୁ ସୁଖ ଦୁଃଖ ବାଟନ୍ତା ସେ ଯେ
ସବୁ ଷ୍ଟାପ ପାଖରେ
ନିଜ ଭାଗ୍ୟଲେଖା ଭୋଗିବା ଅଛି
ତା କପାଳ ରେ |
ମୋ ପବିତ୍ର ବକ୍ଷ ଶଙ୍କିତ ଆଜି
ଅଜଣା ଭୟେ
ମୋ ପରିବାର ର ପିଲାଏ ହେବେ
ମୂର୍ଖ ନିଶ୍ଚୟେ |
ଶେଷରେ ଏତିକି ଗୁହାରୀ ଶୁଣ
ହେ ଜଗଦୀଶ
ଯାହାପାଇଁ ହତାଦର ମୁଁ କର
ତାକୁ ନିଶେଷ |
ପୂର୍ବପରି ପରିବେଶ ମୋ ହେଉ
ଚଳ ଚଞ୍ଚଳ
ଛାତ୍ର ଛାତ୍ରୀ ଗଣ ଆସନ୍ତୁ ଧରି
ଜ୍ଞାନ କୌଶଳ |
