STORYMIRROR

Bhakta Malla

Inspirational

2  

Bhakta Malla

Inspirational

ବିଡମ୍ବନା

ବିଡମ୍ବନା

1 min
14.6K



କୋଟି କୋଟି ଲୋକ

ସ୍ବପ୍ନ ଦେଖୁଥାନ୍ତି

ରହି ରହି ରାତି ଉଜାଗର

ସେ କେମିତି ହୁଅନ୍ତେ ଅମର !

କିନ୍ତୁ ଠିକ୍ କରି ପାରନ୍ତି ନାହିଁ

କେମିତି କଟେଇ ବାକୁ ହେବ

ଗୋଟେ ବର୍ଷଣ ମୁଖର ରବିବାର ।

ମସ୍ତିଷ୍କକୁ ମହରଗ ପଡେ

ବୁଦ୍ଧି ଭର୍ତ୍ତି ଗୋଟାକ ସହର ।।

ଅମର ହେବାର ଲାଳସାରେ

ଟକ୍ ମକ୍ କରୁଥିବା ଉଷ୍ମ ରକ୍ତ ସବୁ

ପାଣି ଫାଟି ଯାଆନ୍ତି - ମୂହୁର୍ତ୍ତକେ,

ଦୁର୍ଘଟଣାରେ ରକ୍ତ ଜୁଡୁବୁଡୁ

ପଡିଥିବା ମୁର୍ମୂର୍ଷର

ଆର୍ତ୍ତ ଚିତ୍କାର ପାଖରେ ।

ମସ୍ତିଷ୍କକୁ ମହରଗ ପଡେ

ବୁଦ୍ଧି ଭର୍ତ୍ତି ଗୋଟାକ ସହର ।।


ଅମର ହେବାର ସତର୍କ ନିଶାରେ

ସ୍ବପ୍ନ ସାଉଁଟୁ ଥିବା, ସିଆଁଣିଆ ଭାବ

ଭବକି ଯାଏ ଭୟରେ,

ଭାତ ପାଇଁ ହାତ ପାତୁଥିବା

ବୟସ୍କା ବୃଦ୍ଧାର ରୋଗଗ୍ରସ୍ତ ରୁଗ୍ଣ ଦେହ

ଆକସ୍ମିକ ଆବିଷ୍କୃତ ହେବାପରେ

ନିଜେ ରହୁଥିବା ଦାଣ୍ଡ ବାରଣ୍ଡାରେ ।

ମସ୍ତିଷ୍କକୁ ମହରଗ ପଡେ

ବୁଦ୍ଧି ଭର୍ତ୍ତି ଗୋଟାକ ସହର ।।



ଭକ୍ତ ଚରଣ ମଲ୍ଲ

ନେମ୍ବରା ,କେନ୍ଦ୍ରାପଡା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational