ବିବେକ କହୁଚି
ବିବେକ କହୁଚି
ବିବେକ କହୁଚି (ଅମିତ୍ରାକ୍ଷରୀ)
...( ଦରଦୀ କବି - ସରୋଜ କୁମାର ଜେନା ).....
ନବ ଦିଗନ୍ତର ନବ ସକାଳ
କହୁଚି ଆଜି କିଛି ଲେଖୁନୁ କଣ ପାଇଁ ?
ମନେ ମନେ ତାକୁ କହି ବସିଲି
ଆରେ ନିର୍ବୋଧ ତୁ କଣ ଜାଣିନୁ ,
ଏ ସାରା ସଂସାର ଏବେ କଣ ଚାଲିଛି
ତୋତେ କିଛି ଜଣା ପଡୁନି ।
ସେ ମୋତେ କହି ବସିଲା କଣ ଯେ !
ମୁଁ ସେଠୁ କହି ବସିଲି ...
ଆରେ ଏହି କରୋନା ମହାମାରୀ
ଆଜି ସବୁ ସାରି ଦେଇଛି ,
ଛୋଟ ରୁ ବଡ଼ ଗାଁ ରୁ ସହର
କିଛି ମାନୁନି ସଭିଙ୍କୁ ଗ୍ରାସୁଚି ....
ଯାହାର କବଳରେ ସାରା ବିଶ୍ବ ଏବେ ଛନ୍ଦି ହୋଇ
ଅଣ ନିଶ୍ବାସୀ ହୋଇ ପଡ଼ିଲାଣି ,ପ୍ରତି ଦିନ ଶହ ଶହ ମୁଣ୍ଡ
ସେ ମଧ୍ୟ ଗଡ଼େଇବାରେ ସଫଳ ହୋଇ ଚାଲିଛି ।
ଏପଟେ ଚାଇନା ଏହି ମହାମାରୀ ସୃଷ୍ଟି କରି
ସାରା ବିଶ୍ଵ କୁ ଦୋହେଲାଇ ଦେଇଥିବା ବେଳେ ...
ପୁଣି ଏହି ଆମ ଭାରତ ମାତାକୁ କବୋଳିତ କରୁଛି
କିନ୍ତୁ କଣ ହେବ ଆମ ବୀର ଯବାନ ମାନେ ,
ନିଜର ଜୀବନ କୁ ଜଳାଞ୍ଜଳି ଦେଇ ନିଜ ଧରିତ୍ରୀ
ମାତାକୁ ସୁରକ୍ଷା ଦେଇ ଚାଲିଛନ୍ତି ।
ଏଥିରୁ ତୁ ଜାଣି ପାରୁନୁ ମୋ ଭାରତ ମାତା ବହୁତ ମନ
ଦୁଃଖରେ ଅଛି ,
ସିଏ ସଦା ବିଜୟ ହେବ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ।
ଆରେ ନିର୍ବୋଧ ଏଥର ଜାଣି ପାରିଲୁ କଣ ପାଇଁ ଲେଖି ପାରୁନି ,
ଯେଉଁଠି ମୋ ଧରିତ୍ରୀ ମାତା ଦୁଃଖୀ ...,
ଆଉ ମୋ ଦେଶର ଜନତା ଦୁଃଖି ...,
ସେଠି ମୁଁ କୁଆଡୁ ସୁଖି ହୋଇ କରରେ ଧରିବି କଲମ
ଆଉ ଲେଖିବି ......।
ଏଥର ତୁ ନିଶ୍ଚିତ ଜାଣି ପାରିଥିବୁ ।
