ଭୁଲ୍
ଭୁଲ୍

1 min

32
ମଣିଷ ଜାଣେ ଭୂଲ୍ କଲେ
ପାୟଶ୍ଚିତ କରି ବାକୁ ହୁଏ
ତଥାପି ଭୁଲ୍ କରେ
ନିଜର ଆବେଗକୁ ନୂତନ
ରୂପ ଦିଏ ।
ହୋଇ ଉଠେ ହିଂସ୍ର
ସଂଯମ ଶକ୍ତି ରୂଦ୍ଧ ହୋଇ
ଥୟ ପାଏନା ସୀମା ଟପି ଯାଏ
ମୂଖ ମଣ୍ଡଳ ନାଲି ପଡି
ବିଷର୍ଣ୍ଣ ହୋଇ ଯାଏ
ଶରୀର ଆୟତ୍ତ ରେ
ରହେନା ।
ଥର ଥର ଥରିଉଠେ
ନିଜକୁ ନିଜେ ଭୂଲି ଯାଏ
ଅବଶୋଷ କରେ
ବାରମ୍ବାର ନିଏ ଶପଥ
ପର ମୂହୁର୍ତ୍ତରେ
ଗୋଟିଏ ପରେ ଗୋଟିଏ
ଭୁଲ୍ କରି ବସେ ।
ନିଜକୁ ନିଜେ ପ୍ରଶ୍ନ କରେ
କଣ ମଣିଷ ମାତ୍ରକେ ଭୂଲ୍
ପୁଣି ଉତ୍ତର ଖୋଜେ
ନିଜକୁ ନିଜେ ସଜାଡି ନିଏ
ପରିକ୍ରମାରେ ବଞିଵାକୁ ହୁଏ
କ୍ରମାଗତ ପ୍ରକ୍ରିୟା ରେ
ଆଗକୁ ଚାଲି ଥାଏ ।