STORYMIRROR

Sambit Srikumar

Classics Inspirational Others

4  

Sambit Srikumar

Classics Inspirational Others

ଭସାଣୀ

ଭସାଣୀ

1 min
167


ଭସାଣୀ ପରି ଆମର ଏଇ ମଣିଷ ଜୀବନ

ଅଢେଇ ଦିନର ଆନନ୍ଦମୟ ପାର୍ବଣ

ହର୍ଷୋଲ୍ଲାସ କୋଳାହଳ ରଙ୍ଗରାସର ମିଶ୍ରଣ

ପ୍ରିୟଜନ ମେଳେ ସୁଖର କେଇଟା ମୁହୂର୍ତ୍ତ

ବିତି ଗଲେ ଭୋଗର ସେଇ ମହାର୍ଘ କ୍ଷଣ

ବାହୁଡ଼ିବାକୁ ହେବ ଦିନେ ନା ଦିନେ

ଶୂନ୍ୟ କରି ଧରଣୀ ରାଣୀର କୋଳ

ଚଉଦିଗେ ବିରାଜିବ ଶୂନ୍ଯତା କେବଳ!!

ଦଶହରାରେ ଦେବୀଙ୍କ ଆବାହନ ପାଇଁକି

ଅତି ଯତନେ ଗଢିଥିବା ମୃଣ୍ମୟୀ ପ୍ରତିମା

ଷୋଡ଼ଶ ଉପଚାର ପାର୍ବଣର ଅନ୍ତେ

ଦେବୀଘାଟରେ ବିସର୍ଜିତ ହେବା ପରେ

ମାଟି ସହ ଏକାକାର ହୋଇଯାଏ ମାଟିର ସର୍ଜନା

ଆଉ ଫରକ ନଥାଏ ମାଟି ଓ ମୂର୍ତ୍ତିର

ପ୍ରାଣ ପକ୍ଷୀ ଉଡ଼ି ଗଲା ପରେ ଆମର

କିବା ମଣିଷ ବୋଲାଏ ନିଶ୍ଚଳ ଶରୀର??

ପୁନଶ୍ଚ ପୂର୍ଣ୍ଣ ହେବ ନିଶ୍ଚେ ଶୂନ୍ଯ ସ୍ଥାନ

ନବ କଳିକାର ହେବ ଅଙ୍କୁରୋଦଗମ

ନୂତନର ଆଗମନେ ପୁରାତନ ଯେ' ପାଶୋର

ଅଲ୍ଲଂଘନୀୟ ନିୟମ ପରମାତ୍ମାଙ୍କ ସୃଷ୍ଟିର

ସୁର ନର ଅସୁର ଯକ୍ଷ ବାନର କିନ୍ନର

ସଭିଙ୍କୁ ତ୍ଯଜିବାକୁ ହେବ ଏଇ ଧରାଧାମ

ଚିର ସ୍ଥାୟୀ ନୁହେଁ ଧରା ଅଟେ ଭଡ଼ାଘର

ଆମେ ତ ଏଠି ଅତିଥି ମାତ୍ର ଅଢ଼େଇ ଦିନର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics