STORYMIRROR

kamal kumar dash

Romance

4  

kamal kumar dash

Romance

ଭଙ୍ଗା ସେଇ ବାଲିଘରେ

ଭଙ୍ଗା ସେଇ ବାଲିଘରେ

1 min
24.4K

ମୁଁ ଖୋଜୁଛି ତତେ ଆଜି 

       ଆକାଶ ନୀଳିମାରେ 

ଘIସର ସବୁଜିମାରେ 

     ନଈ କୂଳ ମନ୍ଦିରରେ


ଟୋପା ଟୋପା ଶିଶିରରେ 

        ଜହ୍ନର ଜୋଛନାରେ 

ମୁଁ ଖୋଜୁଛି ତତେ ଆଜି 

      ଗଲା ଆମ କାହାଣୀରେ


ମୁଁ ଖୋଜୁଛି ତତେ ଆଜି

         ମୋର ଲେଖା କବିତାରେ 

ଗଲା ଦିନ ଭୁଲ ଠିକ 

         ପ୍ରୀତିର ସେ ଗଣିତରେ

ମୁଁ ଖୋଜୁଛି ତତେ ଆଜି

         ଭଙ୍ଗା ସେଇ ବାଲିଘରେ 

କେବେ ହସେ କେବେ କାନ୍ଦେ 

          ତୋ ସ୍ମୃତି ର ସପନରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance