ଭଲା ଫାଇଲିନି ଭଲା
ଭଲା ଫାଇଲିନି ଭଲା
ଭଲା ଫାଇଲିନି ଭଲା
ଶୁଭ ଶରତକୁ ଅଶୁଭ କରିସେ
ପୂଜାକୁ ଉଜାଡି ଦେଲା
ଭଲା ଫାଇଲିନି ଭଲା !
ବରଷକେ ଥରେ ଆସିଥିଲେ ମାଆ
ଖୁସିର ପସରା ନେଇ
ଗାଁ ଠୁ ସହର ଉତ୍ସବ ମୁଖର
ପବିତ୍ର ଦଶରା ପାଇଁ ।
ସପ୍ତମୀରେ ମାଆ ହେଲେ ଆବାହନ
ଚମକିଲା ସାଜସଜ୍ଜା
ମହାଅଷ୍ଟମୀରେ ବ୍ରତରଖି ଭକ୍ତ
କରିଲେ ମାଆଙ୍କ ପୁଜା ।
ନବମୀ ସକାଳୁ ଫାଇଲିନି ଆସି
ରଚିଲା ତାଣ୍ଡବଲୀଳା
ମୂଷଳ ଧାରାରେ ବରଷା ସାଙ୍ଗକୁ
ତୋଫାନ ର କିଳିକିଳା ।
ପୂଜା ବଜାରର ସାଜସଜ୍ଜା ସବୁ
ମାଟିରେତ ଗଲା ମିଶି
ଫୁଲ ବେଲପତ୍ର ଧୂପଦାନୀ ଦୀପ
ବରଷାରେ ଗଲା ଭାଷି ।
ରଙ୍ଗବେରଙ୍ଗର ଆଲୁଅ ରୋଷଣୀ
ହସୁଥିଲା ଚଉଦିଗ
ଫାଇଲିନ୍ ଝଡ ବରଷା ମାଡରେ
ଧୋଇଗଲା ସବୁ ରଙ୍ଗ ।
ଉଠା ଦୋକାନୀଙ୍କ ନିଦ ହଜିଗଲା
ବେପାର ଉଜୁଡି ଗଲା
ଦଶରା ବଜାର ଆଶାତ ହଜାର
ଆଶାରେ ମିଳେଇ ଗଲା ।
ମାଆତ ଭାଷିଲେ ବରଷା ପାଣିରେ
ନା'କୁ ଭଷାଣୀ ହେଲା
ବରଷକ ଆଶା ଫାଇଲିନ୍ ଆସି
ନିମିଶେ ଭଷାଇ ନେଲା ।
ଭଲା ଫାଇଲିନି ଭଲା
ଭଲା ଫାଇଲିନି ଭଲା ।
