Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lakshapati Podh

Romance

4.0  

Lakshapati Podh

Romance

ଭଲ ପାଏ ମୁଁ ତୁମକୁ

ଭଲ ପାଏ ମୁଁ ତୁମକୁ

1 min
496


ଭାବୁଥିଲି ଦିନେ ମୁଁ ଯେ କାହାକୁ ଭଲ ପାଇବିନି।

ତୁମକୁ ଦେଖିବା ପରେ ଆଉ ରହି ପାରୁନାହିଁ ।।

ଯେବେଠୁ ଦେଖିଛି ତୁମ ସୁନ୍ଦର ରୂପକୁ ।

ଭାବୁଛି ବସି ମୁଁ ଏ କଥା କହିବି କାହାକୁ ।।

ମନେ ମନେ ତୁମକୁ ଯେ ଭଲ ପାଇ ମୁଁ ବସିଲି ।

ହେଲେ ମୋର ମନ କଥା ତୁମକୁ କହି ନ ପାରିଲି ।।

ତୁମ ସରଳତା ପଣ ମୋର ମନ ହରିନେଲା ।

ହୃଦୟ ମୋହର ତୁମଠାରେ ଚୋରି ହେଲା ।।

ଡର ଲାଗେ କହିବାକୁ ମନର ମୋ କଥା ।

ବୁଝିବାକୁ ଥରେ ଚେଷ୍ଟା କର ମନର ମୋ ବ୍ୟଥା ।।

କେମିତି କହିବି ତୁମକୁ ମୁଁ ଭାବି ମୁଁ ପାରୁନି ।

ନ କହିବି କଥାଟି ତୁମକୁ ରହିପାରୁ ନାହିଁ ।।


Rate this content
Log in

Similar oriya poem from Romance