STORYMIRROR

Lakshapati Podh

Romance

2  

Lakshapati Podh

Romance

ମୋ ମନର ଅକୁହା କଥା

ମୋ ମନର ଅକୁହା କଥା

1 min
540

ଜାଣିପାରୁ ନାହି ଯେ ମୁଁ କାହିଁକି

ତୁ ମୋତେ ଲାଗୁଛୁ ଅତି ନିଜର

ସପନରେ ଆସୁଛୁ ତୁ

ପୁଣି ମୋ ଭାବନା ରାଇଜରେ

ମନ ମୋର କାହିଁକି

ଖାଲି ଖୋଜୁଛି ତୋତେ

କହିବି କହିବି ବୋଲି ତୋତେ କହି ମୁଁ ପାରୁନି

ନ କହି ବି କଥାଟି ମୁଁ ରହି ପାରୁନାହିଁ

ମନରେ ମୋ ଭରି ଅଛି ତୋ ପ୍ରତି କେତେ ପ୍ରେମ

ଓଠ ଖୋଲି କହି ପାରୁନାହିଁ ଲାଗୁ ଅଛି ମୋତେ ଭ୍ରମ

ମୋତେ ଡର ଲାଗେ କାହିଁ କହିବାକୁ ତୋତେ

କାଳେ ରାଗିଯାଇ ତୁ ମନା କରିଦେବୁ ମୋତେ

ମିଛ ମୁଁ କହୁନି ପ୍ରିୟା କହୁଅଛି ସତ୍

ମୋ ପ୍ରେମରେ ନାହି ପ୍ରିୟା ଛଳନା ଆଉ ମିଛ

ମୋ ମନର ଅକୁହା କଥାକୁ ବୁଝିଯା ତୁ ଥରେ

ହ କହ କି ନା କହ କିଛି କହିବିନି ମୁଁ ତୋତେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance