ମିଛେଇ ପ୍ରିୟା
ମିଛେଇ ପ୍ରିୟା
ହୃଦୟରେ ତୁମପ୍ରତି ଏତେ ପ୍ରେମ ଥିଲା,
ବୁଝି ପାରିଲ ନାହିଁ କେବେ ।
ପର କରିଦେଲ ଅଲିଆଟେ ଭାବି ,
ପଚାରିଲ ନାହି କେବେ ମୋତେ ।।
ଭୁଲିଯାଇ ତୁମେ କି ସୁଖ ପାଇଲ,
ମନରେ ମୋ ଦେଇ ଦୁଃଖ ।
କେମିତି ରହିବି ତୁମ ବିନା ପ୍ରିୟା,
ବୁଝାଇ ମୋତେ ତୁମେ କୁହ ।।
ଭାବି ଭାବି ତୁମକୁ ମାସ ବିତିଯାଏ,
ବିତିଯାଏ ପୁଣି ବର୍ଷ ।
ତୁମ ସ୍ମୃତି ଖାଲି ଭାସି ଉଠେ ପ୍ରିୟା,
ଭାଙ୍ଗି ଯାଏ ମୋ ଗଢା ନିଦ ।।
କାହିଁକି ତୁମେ ଏତେ ନିଷ୍ଠୁର ହେଲ ପ୍ରିୟା,
ବୁଝିଲନି ମୋ ପ୍ରେମର ମୂଳ ।
ପ୍ରେମର ନାମକୁ ହାସ୍ୟ ରେ ଉଡ଼ାଇ ,
କରିଦେଲ ମୋତେ ବଦନାମ ।।
ସବୁ ଜାଣି ଶୁଣି ନ ଜାଣିଲା ପରି ଯେ ,
କରୁଥିଲ ମୋତେ ଅପମାନ ।
ମିଛେ଼ଇ ପ୍ରିୟା ତୁମେ ବୁଝି ବନି କେବେ,
ମୋ ପ୍ରେମର ଅତୁଟ ଅଖୟାନ୍ ।।