Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lakshapati Podh

Romance Tragedy

4.3  

Lakshapati Podh

Romance Tragedy

ଅଭିମାନିନି ପ୍ରିୟା

ଅଭିମାନିନି ପ୍ରିୟା

1 min
146


ଭଲପାଇ ତୋତେ କି ଭୂଲ୍ ମୁଁ କରିଲି

ବୁଝି ପାରିଲୁ ନାହି କେବେ ।

ହଜିଗଲା ଯାଇ ମନ ତୋ ପାଶେ

ଭାବି ନ ଥିଲି ଯାହା କେବେ ।।

ବାନ୍ଧି ହୋଇ ଗଲି ତୋ ପ୍ରେମ ରଜ୍ଜୁରେ

ବାହାରି ପାରିଲିନି ମୁଁ କେବେ ।

କହିବାକୁ ଭାବି କହି ନ ପାରିଲି

ଡର ଲାଗୁଥିଲା ମୋତେ ।

ବୁଝି ମନ କଥା ନ ବୁଝିଲା ପରି ଯେ

କିଛି କହୁ ନାହୁ କାହିଁ ମୋତେ ।।

କେମିତି ସହିବି କେମିତି ରହିବି

କହି ଦେ ତୁ ଥରେ ମୋତେ ।

ଏତେ ଦିନ ଠାରୁ ଭଲ ପାଇଥିଲି

ବୁଝି ପାରିଲୁନାହିଁ କି ତୁ ସତେ।।

କେମିତି କହିବି ଭଲ ଯେ ପାଉଛି

ବୁଝାଇ ଦେ ତୁ ଥରେ ମୋତେ ।

ଥରେ ହେଲେ ତୁହି ବୁଝି ଯା ତୁ ପ୍ରିୟା

ରହି ପାରୁନାହିଁ ମୁହି ଟିକେ।।

କହି ଦେ ତୁ ଥରେ ଭଲ ପାଉ ବୋଲି

ରାଗିବିନି କେବେ ତୋତେ ।

ଏତେ ଦିନ ପରେ ନ ବୁଝିଲେ ତୁ ଟିକେ

ପାଗଳ ହୋଇ ଯିବି ମୁଁ ସତେ ।।

କାହିଁକି କେଜାଣି ବୁଝୁନୁ ତୁ କିଛି

ରାଗୁଛୁ କି ତୁହି ମୋତେ ।

ଅଭିମାନ ଛାଡି ଦେଖି ଆ ତୁ ଥରେ

ଭଲ ମୁଁ ପାଉଛି କେତେ ତୋତେ ।।


Rate this content
Log in