STORYMIRROR

Santosh Kumar Ojha

Classics Others

3  

Santosh Kumar Ojha

Classics Others

ଭକ୍ତିପୁଷ୍ପ-୨୭

ଭକ୍ତିପୁଷ୍ପ-୨୭

1 min
152


ଦଳ ଦଳ ଦଳ

ଗୋରୁ ବତ୍ସା ପଲ

କହ୍ନେଇ ଗୋଠକୁ ସହୀ ଗଲେଣି ,

କଳ କଳ କଳ

ଯମୁନାର ଜଳ

ଆସ ଯିବା ରାତି ପାହି ଗଲାଣି ।


ଢଳ ଢଳ ଢଳ

ନୟନ ଯୁଗଳ

ଖସି ପଡ଼ିବକି ସଖି ଗଣ୍ଡରେ ,

ବଲ ବଲ ଥୋକେ

ଚାହୁଁଛନ୍ତି ଲୋକେ

ଥଟ୍ଟା କରିବାକୁ ଗୋପ ଦାଣ୍ଡରେ ।


ଟଳମଳ ପାଦ

ଶୁଣି ଅପବାଦ 

ଫେରିବାର ବେଳେ ସହୀ ଚଞ୍ଚଳୀ ,

ଟଳଟଳ ମନ

ମଉନେ କମ୍ପନ

କଳସୀରୁ ପାଣି ପଡ଼େ ଉଛୁଳି ।


ହଳହଳ ଗୋପୀ

ଯାନ୍ତି ମାପି ଚୁପି

କାହ୍ନୁରେ ସରାଗ ନାହିଁ ଯେପରି ,

ଠୁଳ ଠୁଳ ହେଇ

ବୁଲି ଦେଖୁ ଥାଇ

ଆସୁଛି କି ନାହିଁ ରାଈ ଚତୁରୀ ।


ଛଳଛଳ ଆଖି

ଏକା କାହ୍ନୁ ଦେଖି

ଗୋପ ଆକାଶରେ ଲାଗେ ପରାଗ ,

ଚଳ ଚଳ ଚଳ

ଚଞ୍ଚଳ ଚଞ୍ଚଳ

ବିଳମ୍ବରେ ମରି ଯିବ ସରାଗ ।

       



Rate this content
Log in

Similar oriya poem from Classics