STORYMIRROR

Santosh Kumar Ojha

Classics Others

2  

Santosh Kumar Ojha

Classics Others

ଭକ୍ତି ପୁଷ୍ପ-୩

ଭକ୍ତି ପୁଷ୍ପ-୩

1 min
55


ଇଚ୍ଛାମୟ ହେ .....

ବିନା ଇଚ୍ଛାରେ ହଲେନି ପତ୍ର ଟିଏ

ତୁମରି ଆଦେଶେ ରଜନୀର ଶେଷେ

ପାଦ ଚିପି ଚିପି ଉଷା ଧିରେ ଆସେ

               ପୂରୁବେ ସୂରୁଜ ଉଏଁ ।

            ଇଚ୍ଛାମୟ ହେ........।୦।

ଇଚ୍ଛାରେ ତୁମରି ନିଦ୍ରା ଦେବୀ ଥିରି

ପାହାନ୍ତି ପ୍ରହରେ ନିଦ୍ରାକୁ ଆଦରି

          ଶୋଇ ଯାଆନ୍ତେ ମୋ ପ୍ରିୟେ

ନଥିବେଟି କେହି କରିବାକୁ ମନା

ଯାଆନ୍ତି ଯମୁନା ହେଇ ଆନମନା

             ଧରି ମୁଁ କଳସୀ ଟିଏ ।

             ଇଚ୍ଛାମୟ ହେ......

ବିନା ଇଛାରେ ହଲେନି ପତ୍ର ଟିଏ।୧।

ଯମୁନାର କୂଳେ କଦମ୍ବର ମୂଳେ

ତୁମ ବାଟ ଚାହିଁ ପ୍ରେମର ବିହ୍ବଳେ

            ବିତି ଯାନ୍ତା ଦିନ ଟିଏ ,

ଆହେ ଗିରିଧାରୀ ଇଛାରେ ତୁମରି

ଆସନ୍ତ ସଧୀରେ ସେ ବଂଶୀକୁ ଧରି

      ଯେ ବଂଶୀ ମୋ ନାମ ଗାଏ ।

        ଇଚ୍ଛାମୟ ହେ...........

ବିନା ଇଛାରେ ହଲେନି ପତ୍ର ଟିଏ ।୨।

ଲାଜ ସରମକୁ ଫୋପାଡ଼ି ପଛକୁ

ସତକୁ ପାସୋରି ଆବୋରେ ମିଛକୁ

                ସପନ ମୁଁ ଦେଖୁ ଥାଏ

ବୃଷଭାନୁ ସୂତା ବରଜ ବନିତା

ତୁମ କଥା ଭାଳି ହେଲିଣି ମୁଁ ସୂତା

              ଦରଜରେ ଘାରି ହୁଏ ।

        ଇଚ୍ଛାମୟ ହେ..........

ବିନା ଇଛାରେ ହଲେନି ପତ୍ର ଟିଏ।୩।

ଆହେ ଇଚ୍ଛାମୟ ଚିହ୍ନ ମୋ ହୃଦୟ

ଶୁଣ ମୋ ଗୁହାରି ନହୁଅ ନିର୍ଦ୍ଦୟ

               ହୃଦ ମୋର ଫାଟି ଯାଏ

ଜଳ ବିନା ମୀନ ନରହେ ଯେସନ

ତୁମ ବିନା ଛଟପଟ ମୁଁ ତେସନ

           ଚେତା ମୋର ବୁଡ଼ି ଯାଏ ।

           ଇଚ୍ଛାମୟ ହେ..........

ବିନା ଇଛାରେ ହଲେନି ପତ୍ର ଟିଏ।୪।

ଲୋକ କଟୁ କଥା କାନେ ନାହିଁ ପଶେ

ଦାଣ୍ଡ ଘାଟ ମୋତେ କାହ୍ନୁ କାହ୍ନୁ ଦିଶେ

            କାହ୍ନୁ ବଂଶୀ ଶୁଭୁ ଥାଏ

କାହ୍ନୁ ବିନା ସଖି କେମିତି ବଂଚିବି

କାହା ଆଗେ ମନ ଖୋଲିକି କହିବି

               କିଏ ବା ବୁଝିବ ହାଏ

                ଇଛାମୟ ହେ.......

ବିନା ଇଛାରେ ହଲେନି ପତ୍ର ଟିଏ ।୫।

                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics