ଭକ୍ତି ଚୈତନ୍ୟ
ଭକ୍ତି ଚୈତନ୍ୟ
ମୁଁ ତତେ ଦେଖିଛି ଜହ୍ନ ଆଲୁଅରେ
ଶିଶିର ସ୍ପର୍ଶ ଶୀତ ସକାଳରେ
ଗୋଧୂଳି ବେଳାରେ ଅପରାହ୍ନ ଛାଇରେ
ସମୁଦ୍ର ଢେଉରେ ମରୀଚିକା ମରୁବାଳିରେ
କହିବୁ କି ତୁ କିଏ
ଯୁଆଡେ ଖରା ସେଆଡେ଼ ଛତା
ଯୁଆଡେ ବର୍ଷା ସିଆଡେ ପଖିଆ ଠିକଣା ପତ୍ତା
ଯୁଆଡେ ନଦୀ ସିଆଡେ ଢେଉ
ଯୁଆଡେ ଆକାଶ ସିଆଡେ ପବନ ହେଇକି ବାୟୁ
ଯୁଆଡେ ମନ ସିଆଡେ ଚନ୍ଦନ
ଯୁଆଡେ ଗଛ ସିଆଡେ ଛାଇର ଘନ
ଏମିତି କେମିତି ହୁଏ
ତୁଳସୀ ଚନ୍ଦନ କସ୍ତୁରୀ ମଗନ
ବାର ମାସେ ତେର ଯାତ୍ରା ସମାପନ
କରି କରାଉଥାଏ ସେହି ତା ବିନା ଅନ୍ୟ ଗତି କାହିଁ
ଏକଥା ବୁଝିବି ଅବୁଝା ହୁଏ ।
