STORYMIRROR

Kabiratna Nutan Kumar Behera

Tragedy Action Classics

4  

Kabiratna Nutan Kumar Behera

Tragedy Action Classics

ଭିଟାମାଟି

ଭିଟାମାଟି

1 min
311

କାନ୍ଦେ ଆଜି ଭିଟାମାଟି

   ସ୍ମୃତି ତାର ଗୋଟି ଗୋଟି,

        ଏକାଠି ନେଲେ ସାଉଁଟି

           ହୃଦୟଟା ଯାଏ ଫାଟି।


ଜରାଜୀର୍ଣ୍ଣ ଇତିହାସ

   ନୀରବେ ଅଛି ବିବଶ,

       ଅତୀତର ଅବଶେଷ

          ସବୁ ତ ଲାଗେ ଉଦାସ।


ଜନନୀ ଜନମଭୂଇଁ

   ଯା' କୋଳେ ବଢିଛି ମୁହିଁ,

     ଭାବୁଛି ଖାଲି ତା' ପାଇଁ

          କିଛି କରି ପାରୁ ନାହିଁ।


ବଦଳି ଜୀବନ ଗତି

   ଯାଇଛି ସମୟ ବିତି,

       ଜୀବିକା ଧାରଣେ ନିତି

          ଖୋଜି ଚାଲିଛି ପ୍ରଗତି।


କ୍ରମ ବିକାଶେ ପାଗଳ

    ବୃଦ୍ଧ ବୃଦ୍ଧା ସାଥେ ବାଳ,

        କର୍ମରେ ଚଳ ଚଞ୍ଚଳ

          ବଦଳାନ୍ତି ମନୋବଳ।


ଆଧୁନିକତା ମହକେ

   ସହରି ସଭ୍ୟତା ଡାକେ,

      ଭୁଲି ଭିଟାମାଟି ଲୋକେ

        ଛାଡିଯାନ୍ତି ଏକେ ଏକେ।


ଗାଆଁ ମାଆ ଭିଟାମାଟି

  ଆସନ୍ତି ନାହିଁ ଲେଉଟି,

   ଅନାବନା ଗଛ ନଟି

      କୋଳେ ତା ପଡ଼ଇ ଲୋଟି।


ରୂପରଙ୍ଗ ପଡେ ଫିକା

   ନିର୍ଜନ ଲାଗେ ଇଲାକା,

     ବୁଢୀ ମାଆ ଘରେ ଏକା

        ଖାଏ ପର ହାତ ଟେକା।


ସମ୍ଭାଳି ନ ପାରି ଭୋକ

  ବିଦେଶେ ଯାଏ ଯୁବକ,

     ଧରି ସପନ ଟିକକ

       ଛାଡେ ଆପଣାର ଲୋକ।


ଭିଟାମାଟି କଥା ଭୁଲି

 ଯେ ଯା' ବାଟେ ଯାନ୍ତି ଚାଲି,

     କହେନା କାହାକୁ ଖୋଲି

        ଦୁଃଖେ ଝୁରି ହୁଏ ଖାଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy