STORYMIRROR

Manasmita Das

Tragedy

3  

Manasmita Das

Tragedy

ଭିଜାମାଟି

ଭିଜାମାଟି

1 min
248

ଓଡିଶା ମାଟିର ସାହସୀ ପୁତ୍ର ତ ଥିଲ ତମେ

   ନଦୀପଠା ବାଲିରାଇ.. ଗାଆଁର ଗର୍ବ ଥିଲ ତୁମେ ।। 


ଓଟିଭିର ସର୍ବଶ୍ରେଷ୍ଠ ରିପୋର୍ଟର୍ ଥିଲ ତମେ

   ସମ୍ବାଦ ଜଗତ ଆକାଶେ ଧ୍ରୁବତାରା ଥିଲ ତୁମେ ।। 


ବୈତରଣୀ ନଈରେ କାଟିଛ ପିଲା ଦିନ ତୁମେ

  ବନ୍ୟା, ବାତ୍ୟାରେ ସଦା ସତ୍ୟ ସନ୍ଧାନେ ଥାଅ ତୁମେ ।। 


ବୀରତ୍ୱର ପ୍ରମାଣ ସର୍ବଦା ଦେଇ ଥାଅ ତୁମେ

   କିଦିନ କିରାତ୍ରୀ କର୍ମକୁ ଧର୍ମ ତ ଭାବ ତୁମେ ।। 


ଆଜି ଗଜକୁ ଉଦ୍ଧାର କରିବାକୁ ଯାଇ ନିଜେ 

   ଆଜି ପଞ୍ଚଭୂତରେ ଲୀନ ଯେ ହୋଇଗଲା ତୁମେ ।। 


ସହକର୍ମୀ ଖୋଜନ୍ତି ଅରିନ୍ଦମ କୁଆଡେ ଗଲ

  ଆସ ସାଥୀରେ ରିପୋର୍ଟ ବାହାର କରିବା ଆମେ ।। 


ଭଉଣୀ - ଟଙ୍କା ନୁହେଁ ଭାଇକୁ ଆଣି ଦିଅ ତୁମେ

   ଭାଣିଜୀ କାନ୍ଦୁଛି ଉଠ ମାମୁ ପ୍ଲିଜ୍ ଉଠ ତୁମେ ।। 


ତୋ ସ୍ୱପ୍ନ ମୁଁ ପୁରା କରିବି ଛାଡି ତାଲିଗଲୁରେ

    ତୋ ବିନା କେମିତି ବଞ୍ଚିବ ବଡଭାଇ କହରେ ।।


ଧନ୍ୟ ସେହି ମାଆ ଯାହାର କୋଳେ ସନ୍ତାନ ତୁମେ

    ଶୂନ୍ୟସ୍ଥାନ କିଏ ପୂରଣ କରିବ କୁହ ତୁମେ ।। 


ପତ୍ନୀ ବାହୁନି କାନ୍ଦୁଛି ଉଠ ଧନ ଉଠ ତୁମେ

   ମତେ ଏକାକରି କୁହ କୁଆଡେ ଯାଉଛ ତୁମେ ।।  


ଗେହ୍ଲା ପୁଅକୁ କେମିତି ବୁଝେଇବୁ କୁହ ତୁମେ

    ଝୁରୁଛି ତୁମକୁ ଓଡ଼ିଶା ବାସୀ ଦେଖ ତୁମେ ।। 


ପ୍ରକୃତି ବି ଆଜି ଝରାଏ ଲୁହ ସଭିଙ୍କ ଲୁହେ

   ଭିଜାମାଟିକୁ ଥରେ ଆସି ଦେଖାଯାଅ ତ ତୁମେ ।। 

        



Rate this content
Log in

Similar oriya poem from Tragedy