STORYMIRROR

Kalandi pal

Inspirational

4  

Kalandi pal

Inspirational

ଭିଜା ମାଟି

ଭିଜା ମାଟି

1 min
296

ଭିଜା ମାଟି


ଗ୍ରୀଷ୍ମ ଅବସାନେ ବର୍ଷା ଆଗମନେ

ଭିଜା ଭିଜା ମାଟି ଭିଜା ଭିଜା ସ୍ୱପ୍ନେ

ସୁପ୍ତ ମେଦିନୀ ନୁଆ ଉନ୍ମାଦନେ

ପୁଲକତା ଭରିଯାଏ ପ୍ରତି କୋଣେ. ll


ଆଦ୍ୟ ବାରିଧାରା ଟାଙ୍ଗଣ ଭୂଇଁରେ

ଉଷ୍ମତା ଉଭାଏ ଅଚିରେ ଅଚିରେ.

ଭିଜିଯାଏ ମାଟି ମତୁଆଲା ହୋଇ

ବିରହୀ ପ୍ରେମିକା ରହିଥିଲା ଚାହିଁ. ll


ମାଟି ବରଷାର ପ୍ରଣୟ ଧାରେ

ସ୍ପର୍ଶେ ବରଷାର ଧରା ବିଭୋରେ.

ଭିଜିଯାଏ ତନୁ ପ୍ରତି କ୍ଷଣେ କ୍ଷଣେ

ଖୁସି ବୀଜ ବୁଣେ ପ୍ରତି ପ୍ରାଣେ ପ୍ରାଣେ. ll


ଭିଜା ଭିଜା ମାଟି ବାସ୍ନାକୁ ପରଖି

ବୀଜେ ଅଙ୍କୁରୋଦଗମ ହୁଅଇ ସଳଖି.

ଉଦର ରକ୍ଷକ କୃଷକ ଉଷତ

ମନେ ମନେ ଧରା ହୁଏ ଆଲ୍ଲାଦିତ.ll


ଶ୍ରୀହୀନ ଧରା ଉତଫୁଲ ନୟନେ

ଘାସ ବୃକ୍ଷଲତା ପଲ୍ଲବିତ ବନେ.

ସୌନ୍ଦଯ୍ୟେ ସୌନ୍ଦର୍ଯ୍ୟ ସବୁଜ ବରନେ

ଶ୍ୟାମାଙ୍ଗି ହୋଇବ ଧରା ତ୍ରିଭୁବନେ. ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational