STORYMIRROR

Sarat Jal

Inspirational

2  

Sarat Jal

Inspirational

ଭାରତମାତାର ଗୀତ

ଭାରତମାତାର ଗୀତ

1 min
13.3K


ଆମେ ଯେତେ ରହିଛୁରେ ହିନ୍ଦୁ ଭାଇଭଉଣୀ

ତେଜିଘର ଏସଂସାର ଲକ୍ଷ୍ୟରୁ ହଟିଯିବୁନି

ଏଦେଶ ସୈନିକ ହେବୁ

ତା'ପାଇଁ ଜୀବନ ଦେବୁ

ରକତେ ଲେଖି କାହାଣୀ

ବନ୍ଦେ ଭାରତ ଜନନୀ(୦)


ଦେଶର ଶତୃକୁ ବିନାଶ କରିବୁ

ଏଇ ଆମରି ଶପଥ

ବନ୍ଧୁକ ସାଥିରେ ବନ୍ଧୁହୋଇ ଆମେ

ଢାଳିବୁ ଶେଷରକତ ।

ହିଂସାପ୍ରତିହିଂସା ନିଆଁ

ଜଳିବ ସାରାଦୁନିଆଁ

କଠୋରତା ଆମ ବାଣୀ

ବନ୍ଦେ ଭାରତ ଜନନୀ(୧)


ଭାରତମାତାର ସେବାକରିବାକୁ

ପାଇଛୁ ଅଶେଷ ବଳ

ଘାତପ୍ରତିଘାତ ମାନିବୁନାହିଁଟି

ହେବୁନି କେବେ ଦୁର୍ବଳ

ଏ ମାଟି ତିଳକ କରି

ପିଇଛୁରେ ଗଂଗାବାରି

ହୃଦୟେ ମମତା ଘେନି

ବନ୍ଦେ ଭାରତ ଜନନୀ(୨)


ଶରତ ଚନ୍ଦ୍ର ଜାଲି,ପଥରା

ତା:୨୭/୪/୨୦୧୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational