Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Children

4  

ବି. ନିରୁପମା

Children

ଭାରି ସେ ଏଡ଼େ ଜଣେ

ଭାରି ସେ ଏଡ଼େ ଜଣେ

1 min
261


ଚୁନ୍ ମୁନ୍ ଖଇର କାତି 

ଆଈମା' କୋଳେ ଝୁଲୁଛି ନାତି 

ଗେହ୍ଲି ନାତୁଣୀ ତେଣେ;

ନାଚି ଡେଇଁକି ଘର କମ୍ପାଏ

ଭାରି ସେ ଏଡ଼େ ଜଣେ !!


ରୋଷେଇ ଘରୁ ପରିବା ଆଣି

ଏଣେ ତେଣେ ସେ ଫୋପାଡ଼େ ଗଣି 

ଆକଟିଲେ କେ କହେ;

"ମିଶେଇ-ଫେଡ଼ି ହିସାବ କରେ

କେତେ ଯାଏ ବା ରହେ ।"


ଜେଜେଙ୍କ ଗଳେ ଓହଳି ପଡ଼ି

ଛଡ଼ାଏ ସିଏ ଚଷମା ଘଡ଼ି 

ନ ଦେଲେ ଯାଏ ରୁଷି;

ଚୁଉପକିନା ଚୁଟିକୁ ଟାଣି

ପଳାଏ ସେଠୁ ଖସି ।


ଆଈଙ୍କ ସଙ୍ଗେ ଲାଗଇ ଗେଲ 

"ଆଖି ବୁଜନା ଆଣିଛି ତେଲ 

ଲଗାଇ ଦେବି ମୁଣ୍ଡେ;

ଉକୁଣି ଆଉ ହେବେନି ଜମା"

କହି ଦେଇ ସେ ଭଣ୍ଡେ ।


ବାସନା ତେଲ ଲଗାଇ ଦେଇ

ସ୍ନୋ ପାଉଡର ଦିଏ ମଖାଇ 

ଓଠରେ ନାଲି ବୋଳି;

କହଇ-"ଏବେ ଆଖିକୁ ଖୋଲ"

ଖୁସିରେ ମାରି ତାଳି ।



Rate this content
Log in

Similar oriya poem from Children