STORYMIRROR

Panchanan Jena

Romance

3  

Panchanan Jena

Romance

ଭାରି ଫିକା ଲାଗେ

ଭାରି ଫିକା ଲାଗେ

1 min
47

ଧଳା ବଉଦ ତଳେ

ନିଳିଆ ଆକାଶ କୋଳେ

ଗଛ ପତ୍ର ଗହଳ ମେଳେ

ପ୍ରକୃତିର ଶୋଭା ଭାରି ଫିକା ଲାଗେ

ତୁମ ଚେନାଏ ହସର ତଳେ ।୧।


ଶୀତ କାକର ଟୋପାର ଛଟକ

ଘାସ ଫୁଲରେ ହୀରାର ଚମକ 

ଫୁଟିଲା ଫୁଲରେ ସୁବାସିତ ମହକ

ପ୍ରକୃତିର ଶୋଭା ଭାରି ଫିକା ଲାଗେ

ତୁମ ମୁରୁକି ହସର କୁହୁକ ।୨।


ନଈ ଯାଉଛି ବହି

ବିହଗ ଗାଉଛି ରହି ରହି

କୁଆଁରୀ ଝରଣା ଝରିଯାଏ କହି କହି

ପ୍ରକୃତିର ଶୋଭା ଭାରି ଫିକା ଲାଗେ

ତୁମ ବାରହାଡିଆ ଦେହୀ ।୩।


ବାଡ଼ି ବଗିଚାର ଶୋଭା

ଫୁଲ ଚାଙ୍ଗୁଡିର ଆଭା

ପୁନେଇ ପରବ ବିଭା

ପ୍ରକୃତିର ଶୋଭା ଭାରି ଫିକା ଲାଗେ

ତୁମ ମାଥେ ନାଲିଟିକା ମନଲୋଭା ।୪।


ଧାନ କ୍ଷେତର ଧାଡ଼ି

ମାଛ ଖେଳୁଛି ପାଣି ଉପରେ ଚଢି

କଇଁ ଫୁଲରେ ପୁରି ଯାଇଛି ପୋଖରୀ ଧେଙ୍ଗଡ଼ି

ପ୍ରକୃତିର ଶୋଭା ଭାରି ଫିକା ଲାଗେ

ତୁମ କନକ ଲତିକା କଢି ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance