STORYMIRROR

Kabiratna Nutan Kumar Behera

Tragedy Action Classics

4  

Kabiratna Nutan Kumar Behera

Tragedy Action Classics

ଭାରି ଦୁଃଖ ଲାଗେ

ଭାରି ଦୁଃଖ ଲାଗେ

1 min
237

ଦୁଃଖ ସୁଖର ଜୀବନ ପରିଧି ଭିତରେ ସବୁ 

ହେଉ ହେଉ ଦେହସୁଆ ଅସ୍ଥି ମଜ୍ଜା ଗତ

ବେଳେବେଳେ ଏମିତି କିଛି ଅବାଞ୍ଛିତ ଆଶା

ପାଚେରୀ ପରି ଠିଆହୁଏ ଆସି ନିଜ ଆଗେ,

ସେ ସବୁ ଝଡ଼ବାତ୍ୟାର ଜୋର୍ ପବନ ପରି 

ଦେଇ ଯାଏ ସରଳ ମନରେ ଶକ୍ତ ଧକ୍କା

ଯା' ମର୍ମେ ମର୍ମେ ଉପଲବ୍ଧି କଲେ 

ନିଜ ଅନ୍ତରକୁ ବାଧେ ଭାରି ଦୁଃଖ ଲାଗେ।


ଏମିତି ଅନେକ ଘଟଣାର ଚକ୍ରବ୍ୟୁହ

ମଧ୍ୟରେ ମନ ପରି ନିରୀହ ଅଭିମନ୍ୟୁଟିଏ

ସପ୍ତରଥୀଙ୍କ ଆକ୍ରମଣରେ ହୁଏ କ୍ଷତାକ୍ତ

ପ୍ରତିବାଦ ପ୍ରତିରୋଧ ସବୁ ହୁଏ ନିରର୍ଥକ,

ଜୀବନରେ ଯା' ଲାଗି ତ୍ୟାଗ କରିଥାଉ ସବୁ 

ସେ ଯେବେ କୃତଜ୍ଞ ନ ହୋଇ ହୁଏ କୃତଘ୍ନ

ଅସନ୍ତୋଷ ପଣେ କରେ ଶତ୍ରୁତା ଆଚରଣ

ଭାରି ଦୁଃଖ ଲାଗେ ଏ ସଂସାର ଯାକ।


ପୁନଶ୍ଚ ନିଜ ଦୁର୍ବଳ ମୁହୂର୍ତ୍ତର ଅସହାୟତାକୁ

ନ ବୁଝି ଆତ୍ମୀୟସଜନ ବନ୍ଧୁ ବର୍ଗ

ବିଦ୍ରୁପରେ କରନ୍ତି ପରିହାସ କି ଅବିଶ୍ଵାସ

ଜୀଇଁବାଟା ହୁଏ ଖାଲି ଯନ୍ତ୍ରଣାଦାୟକ,

କେହି ଜଣେ ନିଜର ଦେଇଥିବ ପ୍ରତିଶ୍ରୁତି

ତା' ଉପରେ ଥିବ ଅଖଣ୍ଡ ଭରସା ବିଶ୍ଵାସ

ସେ ଯଦି ଅଭିନୟ କରି ଦିଏ ପ୍ରତାରଣା

ଭାରି ଦୁଃଖ ଲାଗେ ତାର ଏ ମିଛ ସଂପର୍କ।


ବହୁ ମେହନତି ପରିଶ୍ରମ କରି ଯେବେ

ମିଳେନା ନ୍ୟାର୍ଯ୍ୟ ଅଧିକାର କି ପୂରଣ ହୁଏନା

ତେଲ ଲୁଣର ସଂସାରରେ ଅତ୍ୟାବଶ୍ୟକତା

ଅନ୍ତର୍ଦାହେ କରିବାକୁ ହେଉଥାଏ କାଳାତିପାତ,

ପୁଞ୍ଜିପତି ଗୋଷ୍ଠୀର ଶାସନ ଶୋଷଣରେ

ଶିକାର ହୋଇ ବରଣ କରିବାକୁ ହୁଏ ଦାସତ୍ବ

ସ୍ଵାଧୀନତାର ଟିକିଏ ସ୍ଵାଦ ପାଇବା ହୁଏ ସ୍ବପ୍ନ

ଭାରି ଦୁଃଖ ଲାଗେ ନିଜକୁ ହୋଇ ନିର୍ଯ୍ୟାତିତ।


ସଂସାରକୁ ଦଇବ ଦେଇଛି ସିନା ଜନ୍ମମୃତ୍ୟୁ

ଆଉ ଯେତେ ଦୁଃଖ ସ୍ବାର୍ଥପର ମଣିଷକୃତ

ଅହମିକା ଆତ୍ମଗର୍ବ ପ୍ରତିପତ୍ତି ପ୍ରତିଷ୍ଠାର ବିସ୍ତାର 

ଅଜ୍ଞାନତା ପଣେ କରୁଥାଏ ଜଣେ ନିମିତ୍ତ ମାତ୍ର,

ଜଣେ ଅନ୍ୟକୁ ଦୁଃଖ ଦେଇ ପାଏନା ସୁଖ ଶାନ୍ତି

ନିରିହର ନୀରବ ପ୍ରତିବାଦ ତତଲା ଆଖିଲୁହ

ଅଭିଶାପ ପାଲଟି ଧୋଇ ନେଇଯାଏ ସର୍ବସ୍ବ

ଭାରି ଦୁଃଖ ଲାଗେ ଦେଖି ଏ ଦୁନିଆଁ କି ବିଚିତ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy