STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ଭାର ଉତ୍ତୋଳନ

ଭାର ଉତ୍ତୋଳନ

1 min
209


  ଜୀବନଟା ସାରା ଭାର ଉତ୍ତୋଳନ

  ମଣିଷକୁ କରେ ଭାରି ଅସ୍ଥିର

  ମନ ସ୍ଥିର କରି କାମ କରେ ଯିଏ

   ଭାର ବୋହିବାକୁ ଲାଗେନି ଡର


  ବାଳୁତ କାଳରେ ପାଠପଢା ଭାର

  ଚପଳମତିଙ୍କୁ ଡରାଏ ଭାରି

  ମନଦେଇ ଯିଏ ପାଠ ପଢେ ସିଏ

  ଜୀବନରେ କାହିଁ ଯାଏନି ହାରି


  କିଶୋର ଜୀବନ ଆଦ୍ୟ ଯଉବନ

 ବୟସ ଲାଗଇ ମନକୁ ଭାରି

  ସଂଯମ ଶୃଙ୍ଖଳା ମାନି ନଚାଲିଲେ

  ସବୁ ସୁଖ ଯାଏ ଅକାଳେ ସରି


  ମୁଣ୍ଡକୁ ତ ଯେବେ ହାତ ପାଇଯାଏ

   ନିଇତି ବଢଇ ସଂସାର ଭାର

  ସଂସାରି ମଣିଷ ଜଞ୍ଜାଳ ଅଶେଷ

  ସମସ୍ୟା ଖିଅକୁ ଲାଗଇ ଡର


   ବାପା ମାଆଙ୍କର ସେବା ନକରିଲେ

   ଭାରି ହୋଇଯାଏ ପାପର ଭାର

   ପାପର ଭାରକୁ ଉଠାଇ ହୁଏନି

   ସହି ହୁଏ ନାହିଁ ଯାତନା ତାର


  ଜୀବନ ଯାତ୍ରାର ଶେଷ ସୋପାନରେ

  ବୟସ କରଇ ସଭିଙ୍କୁ ବାଦ

  ଅବସାଦ ଭାର ବୋହି ବୋହି ନିତି

  ମନ ସାଥେ ଦେହ କରଇ ଯୁଦ୍ଧ


  ଭାର ଉତ୍ତୋଳନ ଲାଗେନି କଠିନ

   ବିଭୁପାଦେ ସଦା ରଖିଲେ ମନ

   ସବୁ ଭାରକୁ ତ ସହଜେ ଉଠାଇ

  ମଣିଷ ଜୀବନ ହୁଅଇ ଧନ୍ୟ ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational