STORYMIRROR

Pramod Kumar Jena

Comedy

4  

Pramod Kumar Jena

Comedy

ଭାଲେଣ୍ଟାଇନ୍ ଡେ

ଭାଲେଣ୍ଟାଇନ୍ ଡେ

1 min
333

ତୁମ ପରମ୍ପରା          ସାବିତ୍ରୀ ଉପାସ

ତୁମେ ତାକୁ ଟେକି ଧର

ଭାଲେଣ୍ଟାଇନ୍ ଡେ    ଉଧାର ହେଲେ ବି

ବଡ ପସନ୍ଦ ଆମର (1)


ଆମେ ସବୁ ପରା     ପ୍ରେମ ରାଇଜର

ଜଣେ ଜଣେ କଳାକାର

ପ୍ରଚାର ପ୍ରସାର ପାଇଁ ନେଇ ଅଛୁ

ମର୍ତ୍ତ୍ୟରେ ଏ ଅବତାର (2)


ମାଉଁସ ସାଙ୍ଗକୁ       ବିଅର ବାସନା

ଆହା କେଡେ ମନୋହର

କୁଣ୍ଢା କୁଣ୍ଢି ହୋଇ    ବସିବୁ ପାର୍କରେ

ନ ଥିବ ଘରେ ଖବର (3)


ପ୍ରେମ ରାଇଜରେ          ବନ୍ଧନ ନାହିଁ

ଆମେ ସବୁ ଖୋଲା ପାରା

ମନ ଭରିଗଲେ       ଆନମନା ହୋଇ

ଖୋଜିବୁ ଅନ୍ୟ ଆଶରା (4)


ବିନତୀ ଏତିକି               କରୁଛୁ ତୁମକୁ

ଆମ ପ୍ରତି ଦୟା କର

ହଙ୍ଗାମା କରନା               ପାର୍କରେ ପଶି

ଧରି ପତାକା ବ୍ୟାନର୍ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy