Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Himalini Hota

Inspirational

3  

Himalini Hota

Inspirational

ଭାଇ ଭଉଣୀର ସ୍ନେହ

ଭାଇ ଭଉଣୀର ସ୍ନେହ

1 min
178


ରାକ୍ଷୀ ଆସିଛି ରେ ରାକ୍ଷୀ ଆସିଛି

କେତେ ନୂଆ ଖୁସୀ ନେଇ ଆସିଛି।


ଭାଇ ଭଉଣୀର ଦିନ ଇଏ ରକ୍ଷା ବନ୍ଧନ

ରାକ୍ଷୀ ବାନ୍ଧି ଭାଇ ରଖେ ଭଉଣୀ ମାନ।


ଗୋଟେ ଗାଁ ରେ ଥିଲେ ତିନି ଭାଇ ଭଉଣୀ 

ଗୋଟିଏ ଫୁଲର ତିନି ପାଖୁଡା ପୁଣି।


ହସ ଖୁସୀରେ ସମୟ କଟୁ ଯେ ଥିଲା

ନିଷ୍ଠୁର ନିୟତି ଦେଖି ସହି ନ ପାରିଲା


ସମୟ ଚକ୍ରରେ ତିନିହେଁ ଅଲଗା ହେଲେ।

କିନ୍ତୁ ରାକ୍ଷୀ ଦିନକୁ କେହି ଭୁଲି ନ ଗଲେ।


ରାକ୍ଷୀ ପୁନେଇରେ ଭାଇ ଆସେ ଭଉଣୀ ଘର

ରାକ୍ଷୀ ବାନ୍ଧିଣ ଆଶୀର୍ବାଦ ନିଏ ଅପାଙ୍କର।


କିନ୍ତୁ ମଝିରେ ଏମିତି ଗୋଟେ ବ୍ୟକ୍ତି ଆସିଲା

ଭାଇ ଭଉଣୀ ମଧ୍ୟରେ ସେ ଫାଟ କରିଲା।


ଭଲ ପାଉଥିବା ଭାଇଟି ଯେ ଭୁଲି ଗଲା 

ରାକ୍ଷୀର ଦିନକୁ ଆଉ ମନ ନ ରଖିଲା ।


ତଥାପି ଭଉଣୀ ମାନେ ମନ ଦୁଃଖ ନ କଲେ

ଯୋଉଠି ବି ରହ ଭାଇ ସକୁଶଳେ ରହ କହିଲେ।


ଦିନ ଆସିଲା ଭାଇ ନିଜ ଭୁଲ ବୁଝିଲା

ଭଉଣୀମାନଙ୍କ ପାଖକୁ ଫେରି ସେ ଗଲା।



Rate this content
Log in

Similar oriya poem from Inspirational