STORYMIRROR

Sunanda Mohanty

Inspirational

4  

Sunanda Mohanty

Inspirational

ଭାଗ୍ୟ ଵିଧାତା

ଭାଗ୍ୟ ଵିଧାତା

1 min
21


ଟିକିଏ ଅସାଵଧାନତା 

ପୁଣି ଅମାନବିକତା 

ଆଉ ସର୍ବୋପରି ନିଷ୍ଠୁରତା 

ଭିତରେ ବିଶ୍ୱାସ ନିଃଶ୍ୱାସର 

ଆସିବ କେଉଁଠୁ ମହନୀୟତା 

ସେଥିରେ ଭାଗ୍ୟର ଖେଳ 

ଆଉ ଜୀବନ ଜଞ୍ଜାଳ 

ତା ଭିତରେ ଅସର୍ତକ ମୁହୂର୍ତ୍ତର ବେଳ 

ବେଳେ ବେଳେ ଦଇବର କରାଳ 

ଏ ସବୁ ଭିତରେ ଲୋଡ଼ା ଟିକିଏ ସହୃଦୟତା 

ହେ ସୂର୍ଯ୍ୟ ଛାୟାକାନ୍ତ 

ଅସମାପ୍ତ ଦିଗନ୍ତ 

ଏକମାତ୍ର ସୂତ୍ର 

କହିଦିଏ ବଞ୍ଚିବାର ଭିନ୍ନ ଭିନ୍ନ କଥା 

ସର୍ବେ ଭବନ୍ତୁ ସୁଖିନଃ 

ସର୍ବେ ସନ୍ତୁ ନିରାମୟ 

ଜନଗଣମନଅଧିନାୟକ ଜୟ 

ଆଣିଦେଉ ଜୀବନର ପୃଷ୍ଠପୋଷକତା 

ଜୀବନଟା ଲାଗୁ ଜୀବନ୍ତ ଜୀବନ୍ତ 

ସର୍ବେ ହୁଅନ୍ତୁ ଆଶ୍ୱସ୍ତ ବହୁତ 

ଜ୍ଞାନ ବୁଦ୍ଧି ବିବେକର ମନ୍ତ୍ର 

ଅନ୍ତତଃ ଦେଖାଉ ଜୀବନ ବଞ୍ଚିବାର ରାସ୍ତା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational