STORYMIRROR

Rajat Kumar Nayaj

Inspirational

2  

Rajat Kumar Nayaj

Inspirational

ବେଳେ ବେଳେ

ବେଳେ ବେଳେ

1 min
12.5K


ବେଳେ ବେଳେ କାହିଁ ଆଖିର ଲୁହଭି 

ପୋଛି ନେଇଯାଏ ହସ .....

ବେଳେ ବେଳେ କାହିଁ ପୁନେଇଁ ରାତିରେ 

ଜହ୍ନ ବି ଲାଗେ ନିରସ ......

ବେଳେ ବେଳେ କାହିଁ ଫୁଲ ଠୁ ଭଅଁର 

ମୁଁହକୁ ବୁଲେଇ ଦିଏ ......

ବେଳେ ବେଳେ ପରିଚିତ ଚେହେରା ବି  

ଅଚିହ୍ନା ପାଲଟି ଯାଏ ......

ବେଳେ ବେଳେ ଆସେ ଅଦିନ ବସନ୍ତ 

ସହେ ନାହିଁ ତାକୁ ବର୍ଷା .....

ମୋ ପ୍ରେମିକା ଯଦି ଆସେ ମୋ ସ୍ବପ୍ନରେ

ସହେନା ନିଦ ର ଇର୍ଷା ....

ଜହ୍ନ ଚାଲିଯାଏ ନୀରବେ ନୀରବେ 

ବାଦଲ କୁ ଚାହେଁ ନାହିଁ .....

ଗଢି ବାକୁ ଚାହେଁ ପ୍ରେମ କାହାଣୀ ଟେ 

ଚରିତ୍ରଟେ ମିଳେ ନାହିଁ ....

ଅମାନିଆ ଢେଉ ବୁଝେ ନାହିଁ କିଛି 

ଲଂଘେ ସେ ସାଗର ବୁକୁ .....

ଅମାନିଆ ମନ ବିନା କାରଣ ରେ 

ଭାଙ୍ଗିଦିଏ ହୃଦୟ କୁ ....

(ରଜତ କୁମାର ନାୟକ) 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational