STORYMIRROR

Rajat Kumar Nayaj

Others

2  

Rajat Kumar Nayaj

Others

ପରିଚୟ

ପରିଚୟ

1 min
13.4K


ଅତି ପରିଚିତ ଥିଲା ସେ ଚେହେରାଟା 

ହେଲେ ପରିଚୟଟା ଅଧରର କାଳ୍ପନିକ 

ହସ ଭିତରେ ସୀମିତ ଥିଲା ......

ଏକ ସମ୍ପର୍କ ଥିଲା 

ହେଲେ ସେ ସମ୍ପର୍କଟା 

ବିକ୍ଷିପ୍ତ ଭାବନାର ଚକ୍ରବ୍ୟୁହରେ 

ସଂକୁଚିତ ହେଇଯାଇଥିଲା ....

ଆଜି ସେ ପରିଚିତ ଚେହେରାର 

ପରିଚୟ ପାଇ ଯାଇଛି 

କିନ୍ତୁ ......

ପରିଚୟଟା ହଟ୍ସଆପ୍, ଫେସବୁକ୍ 

ଆଉ Can i call u

ଭିତରେ ଶ୍ଵାସରୁଦ୍ଧ ହେଇଯାଇଛି.....।

(ରଜତ କୁମାର ନାୟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍