STORYMIRROR

Goutam Mohanty

Comedy Romance Action

3  

Goutam Mohanty

Comedy Romance Action

ବେଇମାନୀ ସାଙ୍ଗ

ବେଇମାନୀ ସାଙ୍ଗ

1 min
238


ଯେଉଁ ପୁଅକୁ ମୁଁ ଭଲ ପାଉଥିଲି

   ହୃଦୟେ ଯତନେ ରଖି

ପ୍ରିୟ ସାଙ୍ଗ ମୋର ଜିଦି କଲା ଦିନେ

  ତାକୁ ଯିବ ବୋଲି ଦେଖି....

ସାଙ୍ଗକୁ ମୋ ଧରି ପ୍ରେମିକ ପାଖକୁ

  ଦେଖା କରିବାକୁ ଗଲି

ପ୍ରେମିକର ସବୁ  ଭଲ ଗୁଣ ମାନ

  ତା ଆଗେ ବଖାଣି ଦେଲି....

ସାଙ୍ଗଟା ମୋହର ଏଡ଼େ ବେଇମାନୀ

   ମନରେ ଥିଲା ତା ପାପ

ପ୍ରେମିକକୁ ମୋର ମନେ ମନେ ସିଏ

    କରୁଥିଲା ପ୍ରେମ ଜପ....

ସରଳିଆ ମନ (ମୋ) ବୁଝି ପାରିଲାନି

   ସାଙ୍ଗର ହୃଦୟ ଭାଷା

ପ୍ରେମିକକୁ ମୋର  ନିଜର କରିଲା

   ପିଆଇ ପ୍ରେମର ନିଶା.....

ତାପରେ ପ୍ରେମିକ ଫୋନ କରି ମୋତେ

   ଭୁଲିବାକୁ ବାଧ୍ୟକଲା

ସାଙ୍ଗର ପ୍ରେମରେ ପଡି ସେ ଯାଇଛି

   ସହଜରେ କହିଦେଲା.....

ଅଣ୍ଟି ଛୁରୀ ହୋଇ ତଣ୍ଟି କାଟି ଦେଲେ

   ବିଶ୍ୱାସରେ ବିଷ ଦେଇ

ପ୍ରେମିକ ସାଙ୍ଗ ମୋ ଖୁସିରେ ଥାଆନ୍ତୁ

   ଖୁସି ମୋ ଛଡାଇ ନେଇ.....।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy