STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ବଡ଼ଦାଣ୍ଡ  ,,,,,,,,,,,,,,

ବଡ଼ଦାଣ୍ଡ  ,,,,,,,,,,,,,,

1 min
16


ନିଶ୍ୱାସର ଗହଳି ନୁହେଁ ସେ
ବିଶ୍ୱାସର ଲମ୍ବା ଧାଡି 
ପିଲାଛୁଆ ବୁଢାବୁଢ଼ୀ ଯୋଡିଯୋଡି 
ଧରି ଗଣ୍ଠିଲି ପୁଟୁଳି ପେଡି
ନେତ୍ର ପବିତ୍ର କରିବାକୁ ଏଠି ସେଠି ପଡି 
ଟଙ୍କ ତୋରାଣୀ ଅବଢ଼ା ନିର୍ମାଲ୍ୟ କଣିକା 
ଖାଇ ପାଇ ପୁଣି ଭିଡାଭିଡି 
ପାଟି ପୁରିଥିଲେ ପେଟ ପୁରୁନି ମନ ଭରୁନି 
କହୁଣୀରେ ଗୁଡ଼ ବୋହି ନେଡି 
ହାତ ଭାତ ପତ୍ର ପୁଟୁଳି ଛାଡି 
ଅପେକ୍ଷାର ଧାଡି ଯାଏ ମନ ଉଡି 
କାଳିଆ ସାଆନ୍ତ ମନ ନେଇଛି କିଣି 
କାହାକୁ ଦେଇଛି କେତେ ଯେ ଗଉଣୀ 
ଆଣିଛି ଭିଡି ବଡ଼ଦାଣ୍ଡେ ଭକ୍ତ ରହିଛି ପଡି 
ବାସ ଭବନ ଭୁବନ ଜଗା ଦାନକୁ ଛାଡି 
ଆସୁ ବରଷା ବିଜୁଳି ଘଡଘଡି 
ଭକ୍ତ କାନ ଡେରିଅଛି ଶୁଣିବ ଘିଡ଼ି ଘିଡ଼ି 
ରଥ ପଥ ଜଗନ୍ନାଥ ଆସିବେ ଭିଡି ଦଉଡି 
ପାପ ଯିବ ଛାଡି ପୁଣ୍ୟ ଗଣ୍ଠିଲି ପେଡି 
ନେଇ ଯିବ ଭକ୍ତ ସେଇତ ମୋକ୍ଷ କଉଡ଼ି 
ଆଗେ ଆସୁଥିଲା ଛୁଟି ଶଗଡି ଗାଡି 
ଏବେ ବସ ଟ୍ରେନରେ ହୁଇସିଲ ଛାଡି 
ଭକ୍ତ ଆସେ ଭିଟାମାଟିରେ ମାଟମାଆ ଛାଡି 
ଦଇବ ଦଉଡି ରଥ ଟାଣିବାକୁ ଆଣିଛି ଭିଡି 
ବିଞ୍ଚି ବିଞ୍ଚି ଯିବ ଖଇ କଉଡ଼ି 
ନାତି ନାତୁଣୀଏ ଦେଖି ନାଲିବାଡି 
ଜେଜେ ଓ ଜେଜୀର ଖୋଲନ୍ତି ପେଡି 
କେ କାହୁଁ ବୁଝିବ ପୁଟୁଳିପେଡିରେ ରହିଛି ପଡି 
ଦର୍ଶନର ପୁଣ୍ୟ ପ୍ରସାଦ ଅନ୍ନ ପୁଣି ପୁଣ୍ୟଖଡ଼ି
ଲେଖିଲେ ସେଥିରେ ପାପ ଯିବ ଛାଡି
ଯୋଡି ହୋଇଯିବ ଛିଣ୍ଡା ସମ୍ପର୍କ ଦଉଡ
ପାପ ଲତା ଉପୁଡି ପୁଣ୍ୟଗଛରେ ଉଡ଼ିବ ଗୁଡ଼ି 


Rate this content
Log in

Similar oriya poem from Classics