STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ବଡଦାଣ୍ଡ ଖାଲିଖାଲି

ବଡଦାଣ୍ଡ ଖାଲିଖାଲି

1 min
165

ନରେନ୍ଦ୍ର କୂଳରେ ଗହଳି ହେଉନି

ବଡଦାଣ୍ଡ ଖାଲିଖାଲି

କରୋନା ଭୟରେ ଭକତଙ୍କୁ ମନା

ଚନ୍ଦନ ଚକଡା ବୁଲି ।


ମଦନମୋହନ ଭୂଦେବୀ ଶ୍ରୀଦେବୀ

ବିମାନରେ ବିଜେ ହୋଇ

ନରେନ୍ଦ୍ରେ ଯାଆନ୍ତି ପାଲିଙ୍କିରେ ବସି

ରାମକୃଷ୍ଣ ବେନିଭାଇ 

ପଞ୍ଚ ମହାଦେବ ଅଛନ୍ତି ସାଥିରେ

ନାହାନ୍ତି ଭକତ ଖାଲି

ଚନ୍ଦନ ଦେଖିବେ ବୋଲି ।


ବାଜୁ ନାହିଁ ବାଜା ନାହିଁ ସାଜ୍ଜସଜ୍ଜା

ଭଜନ କୀର୍ତ୍ତନ ନାହିଁ

ବିମାନ ବଡୁଙ୍କ ଝୁଲିଝୁଲି ଚାଲି

ଦେଖିବ କିଏସେ କାହିଁ

କୁଆଡୁ ଆସିବ ହରିବୋଲ ରୋଳ

ପଡୁନାହିଁ ହୁଳହୁଳି

ବଡଦାଣ୍ଡ ଖାଲିଖାଲି ।


 ଚାପରେ ଦେଖିଲେ ମଧୁସୂଦନଙ୍କୁ

 ହୁଏ ନାହିଁ ପୁନର୍ଜନ୍ମ 

 କରୋନାର କୋପ ଧୋଇବାକୁ ପାପ

 ବିଧାତା ହେଉଛି ବାମ

 କୁହ ମହାବାହୁ କେତେଦିନ ଆଉ

 ଭକତଙ୍କୁ ଯିବ ଭୁଲି

 ବଡଦାଣ୍ଡ ଖାଲିଖାଲି ।

 

  


Rate this content
Log in

Similar oriya poem from Classics