STORYMIRROR

Satyaprakash Sethy, M. A(UGC NET)

Fantasy Others

3  

Satyaprakash Sethy, M. A(UGC NET)

Fantasy Others

ବଡ଼ ନିରର୍ଥକିଆ ପ୍ରଶ୍ନଟାଏ

ବଡ଼ ନିରର୍ଥକିଆ ପ୍ରଶ୍ନଟାଏ

1 min
267

ବଡ଼ ନିରର୍ଥକିଆ ପ୍ରଶ୍ନଟାଏ

ପଚାରିଲେ ଉତ୍ତର ହଁ - ନା

ତେଣୁ ସନ୍ତୁଷ୍ଠି ମିଳେନା

ଖାଲି ଗୁଡାଇ ତୁଡାଇ 

ମନ ଦେହେ ହୃଦୟ ଚକଟେ

ଜୀବନ କ'ଣ ଓ କାହିଁକି

ଯେଉଁଟାକୁ ଆମେ ବୋଧେ

ସମସ୍ତେ ଜିଇଁବାକୁ ଚାହେଁ

ହେଲେ ତା'ର ଉତ୍ତର ଖୋଜି

ପାଇ ନାହିଁ ଏ ଯାଏଁ

ଖୋଜିଛି ତ କେତେ କାହିଁ

ଅଗମ୍ଯ ବନସ୍ତୁ ସୁଉଚ୍ଚ

ପାହାଡ଼ର ଶିଖର ଯାଏଁ

କେତେ ମୁନି କେତେ ଋଷି

ଅନ୍ୱେଷା ଅନ୍ୱେଷଣ

ଆସି ନାହିଁ ଅପରାହ୍ନ

ସରି ନାହିଁ ଖୋଜା

ପାଇ ନାହିଁ ରାତି

ଏହିକି ସେହି ଜୀବନ

ଯାହାର ନାହିଁ ପୁଣି ଅଛି

ନିର୍ଦ୍ଧିଷ୍ଟ ନିଶ୍ଚିତ ଉତ୍ତର?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy