STORYMIRROR

Panchanan Jena

Inspirational

4  

Panchanan Jena

Inspirational

ବାରିଘର

ବାରିଘର

1 min
231

ନିରାଶାର ବାଲିଚର

ହତାସାର ଅନ୍ଧକାର

ଚିନ୍ତାର ବନ୍ୟାଘେର ମଝିରେ ବସିଛ କି ?

ଉପାୟ ଶୂନ୍ୟ 

ସମାଧାନ ହୀନ

ଚେତନାଘୃଣ୍ଯ ଅତଳ ସାଗରେ ଭାସୁଛ କି ?

ହେ ମନୁପୁତ୍ର ମାନବ ବାନ୍ଧବ ମୋର

ସଖା ସୋଦର ବଂଧୁକୁଟୁମ୍ବ ସହୋଦର 


ତୁମେ ଜାଣିନ କି ?

ତୁମେ ଶୁଣିନ କି ?

ତୁମେ ପଢିନ କି ?


ନିରାଶା ଜୀବନରେ ଅମା ଅନ୍ଧାର

କୁଟକୁଟା ବୁକୁଫଟା ହାହାକାର

 କଳାହାଣ୍ଡିଆ ହାତିଶୁଣ୍ଢିଆ ଅମ୍ବର ପରି ଘୋଟିଥାଏ ।


ହତାସା ଜୀବନରେ ଅଦିନିଆ

ଝଡି ବଢି ମରୁଡି ପରି ଅମାନିଆ

ଝଡଝଞ୍ଜା ଋତୁ-ଶତ୍ରୁ ବେବାଗିଆ

ପରି ଡାକିଥାଏ ।


ଚିନ୍ତାକୁ ଚିତା ଉପରେ ଶୁଏଇ ଦିଅ

ନିରାଶାକୁ ଜୋତା କୋଣେ ଦବେଇ ଦିଅ

ହତାସାକୁ ପାଦ ମୂଳରେ କବର ଦିଅ


ଜାଗିଯାଅ ଝାଡିଝୁଡି ଉଠିଯାଅ

କାମ କ୍ରୋଧ ମୋହ ତ୍ୟାଗିଥାଅ

ଜ୍ଞାନ ତପନ କର ଉଦୟ

କୁ-ଚିନ୍ତା ଉପରେ କର ବିଜୟ

ଆଶାର ଆଲୋକ କର ବିକିରଣ

ସତ୍ ମାର୍ଗେ ଦୈଡିଚାଲ ହେ ପ୍ରବୀଣ ଧୂରୀଣ !


ଅମା ଅନ୍ଧାର ଯିବ ଉଭେଇ

ବନ୍ଧ୍ୟା ବଞ୍ଜର ଦେବ ମୁରୁକେଇ

ନିରାଶା ହତାଶା ଯିବେ ପଛେଇ

ଚିନ୍ତା ସମସ୍ୟା ଯିବେ ଦୂରେଇ

ଯେମିତି କୁହୁଡ଼ି ଧୁଆଁ ଯାଏ ମିଳେଇ

ଆସିଲେ ଦିବାକର ରଥ ଚଳେଇ ।


ଜୀବନ ହେବ ମଧୁମୟ ସୁଧାମୟ ଅମୃତମୟ

ଯଦି ଜଳିବୁ ଦିନକର ପରିକା

ଜୀବନ ହେବ ସରସ ସୁନ୍ଦର ସାବଲୀଳ 

ଯଦି ନିତି ତାପିବୁ ସୂର୍ଯ୍ୟ ପରିକା ।


ତଳେ ପଡିବାରେ ଡରନା ତୁ 

  . ପୁଣି ଉଠି ଅଭ୍ୟାସ କର

ଝୁଣ୍ଟିପଡ଼ି ଖଣ୍ଡିଆ କାନ୍ଦନା ତୁ

   ପୁଣି ଝାଡ଼ି ତତ୍ପର କର

ନିରାଶା ହତାଶା ଆସୁ ମରନା ତୁ

  ପୁଣି ନବୀନ ପନ୍ଥା ତିଆରି କର


ଦୀପ ପରି ଜଳି ଜଳି

ଆଲୋକ ପରି ଢଳି ଢଳି

ସଳିତା ପରି ମଳି ମଳି


ଅନ୍ଧାର ଅନ୍ଧକାର ଦୂର କର

ବାଲିଚର ବନ୍ୟାଘେର ହେବ

ଉର୍ବର ମନ- ମୃତ୍ତିକାର ସମାହାର

ସବୁଜ କ୍ଷେତରେ ହସକୁରୀ ବାରିଘର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational