STORYMIRROR

Ajita Mishra

Inspirational

2  

Ajita Mishra

Inspirational

ବାପାଙ୍କ ଚିଠି

ବାପାଙ୍କ ଚିଠି

1 min
108


ବାପା ଦେଉଥିଲେ 

ପ୍ରତି ସପ୍ତାହରେ

ପୋଷ୍ଟ କାର୍ଡଟିଏ 

ଲେଖୁ ଥିଲେ

ହଷ୍ଟେଲରେ ଅଛୁ

ଥକ୍କିବୁନି ଲଢୁ଼ଥିବୁ

ହାରିବା ଜୀବନର ଲକ୍ଷ୍ୟ ନୁହେଁ 

ବେଳେବେଳେ ଭାଇ

ଆକଟ କରୁଥିଲେ

କାଳେ ଆଉକାହା

ଶ୍ରଦ୍ଧାରେ ଛନ୍ଦିହୋଇଯିବି

ସ୍ନେହ କାଙ୍ଗାଳ ହେବା

ଜୀବନର ଖୋଲାପଣ ନୁହେଁ 

ହାତକୁ ଆସୁଥିବା ନୀଳପତ୍ର

ସବୁ କେମିତି ଏକ

ଅଜବ୍ କାଇଦାରେ 

ସେ ଗୋଟି ଗୋଟି କରି

ପଢି଼ ଶିଖିଥିଲେ

ଚିଠିର ଉଦ୍ଦେଶ୍ୟ

ଯାହା  ଠିକ୍ ଲାଗୁଥିଲା

ମୋ ହାତକୁ ଦେଉଥିଲେ

ସବୁକଥା ସ୍ମୃତି ହେଲାପରେ 

ଚିଠି ପାଇଁ ସପ୍ତାହଟିଏ 

ଆଉଥରେ ମାର୍ଜିତ ରୁଚିରେ

ଚିଠିଟେ ଲେଖିବା 

କଷଣରେ ପଡ଼ିଗଲେ

ପକେଟ୍ ରୁ କାଢ଼ି 

ଚୁପଚାପ୍ ଏକା ପଢୁଥିବା

ଥର ଥର କରି

ସାଥିଟିକୁ ସବୁକହିଦେବା

ଚିଠିରେ ଚିଠିରେ 

ଜୀବନର ଶେଷ ସମୟ ଯାକେ

ସିନ୍ଧୁକ ଭିତରେ 

ଚିଠିଟିଏ ଲୁଚେଇ ରଖିବା

ଚାଲ ଏଥର

ଚିଠିଟେ ଲେଖିବା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational