STORYMIRROR

Banasmita Behera

Tragedy Inspirational

4  

Banasmita Behera

Tragedy Inspirational

ବାପା

ବାପା

1 min
268

ଜୀବନର ସବୁ ସ୍ବପ୍ନ ମୁଁ

ଦେଖିଛି ତମ ଆଖିରେ,

ଜୀବନର ସବୁ ଦୁଃଖ ସବୁ ଝଡ

ସାଥେ ଥାଅ ତୁମେ ମୋର।

କଣ୍ଟକିତ ରାସ୍ତା ମୋର

ହୋଇଯାଏ ଫୁଲଭରା,

ଭରି ଦିଅ ପୂର୍ଣ୍ଣତା ମୋ ହୃଦୟରେ

ଯେବେ ଥାଅ ସାଥେ ମୋର।।

ତମ ହାତେ ଯାଦୁ ଥାଏ,

ପାଷାଣ ବି ଜୀବନ ପାଏ,

ତମ କୋଳ ସରଗ ମୋର

ତମ ମୁହଁ ଦେଖି ଦେଲେ ସବୁ ଦୁଃଖ ଭୁଲିଯାଏ।

ହାତ ଧରି ତମ ଚାଲିବା ଶିଖିଛି,

ତୁମ କାନ୍ଧରେ ମୁଁ ଦୁନିଆ ଦେଖିଛି,

ରାତି ଅନିଦ୍ରା ହୋଇ ଜଗି ବସିଥାଅ

ଯେବେ ମୁଁ କିଛି ରୋଗରେ ପଡିଛି।

ନାଲି ଆଖିରେ ତମର ବାରି ହୁଏ ଅନୁସାଶନ ଗନ୍ଧ

କିନ୍ତୁ ସେଇ ଆଖି କୋଣରେ ଥାଏ ସେନେହର ଅକୁହା ଶବ୍ଦ।।

ଜୀବନର ସଂଜ୍ଞା କଣ ବୁଝିବା ପୂର୍ବରୁ

ବୁଝାଇଲ ମୋତେ ଜୀବନର ଅର୍ଥ।।

ମନେ ପଡେ ଆଜି ସେହି ପୁରୁଣା ଦିନର କଥା

ମାଆ ଗଲା ପରେ ସବୁ କଷ୍ଟ ସହି

ନିଜେ କଷ୍ଟ ପାଇ

ମାଆର ଅନୁପସ୍ଥିତି କେବେ ଜଣାଇନ ମୋତେ।

ବିଦ୍ୟାଳୟରେ ଯେବେ ପ୍ରଥମ ହୁଏ ମୁଁ,

ତମ ଖୁସି କଥା କହିଲେ ନସରେ,

ରାତି ରାତି ବସି ପାଠ ପଢେଇଛ

ଯେବେ ଥାଏ ପରୀକ୍ଷା ମୋର।।

ପହିଲି ରଜରେ ନୂଆ ଲୁଗା କିଣି

ସଜେଇ ଦିଅ ଯେ ମୋତେ,

ପୋଡ଼ ପିଠା ପୁଣି ନିଜେ କରିଦିଅ

ଆଉ ସବୁ ପିଠା ଯେତେ ।।

କେତେ ଭଲ ଥିଲା ସତେ ସେ ଦିନ ସବୁ,

ଆଜିବି ପଡୁଛି ମନେ,

ଥରେ ଆସି ତମେ ଦେଖା ଦେଇଯାଅ

ସତରେ ହେଉବା ସପନେ।।

ଠାକୁରଙ୍କ ପାଖେ ଏତିକି ଗୁହାରି

କରୁଛି ମୁଁ ମଥା ପାତି

ଯେଉଁଠି ବି ଅଛ ଯେମିତି ବି ଅଛ

ଥାଉ ତମ ପାଖେ ଶାନ୍ତି ।

ଦୂର ଦିଗବଳୟର ଅସ୍ତଗମୀ ସୂର୍ଯ୍ୟ ଭଳି

ଚାଲିଗଲ ତମେ ମୋତେ ଏକା କରି

ଥରେ ଦେଖିଯାଅ ବାପା ତମ ବିନା

କେମିତି ବଞ୍ଚିଛି ତମ ହୃଦୟର ପରି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy