STORYMIRROR

Banasmita Behera

Inspirational

3  

Banasmita Behera

Inspirational

ଗଙ୍ଗଶିଉଳି

ଗଙ୍ଗଶିଉଳି

1 min
149

ପୁନେଇ ଚାନ୍ଦରେ ଖେଳି ବୁଲୁଥିଲି

ଡାକିନେଲ ମୋତେ ତମେ 

ତମରି ପାଖରେ ଲାଗିବା ପୂର୍ବରୁ

ଝରି ପଡିଲି ମୁଁ ମନେ।।।

କୁହ ପ୍ରଭୁ ମୁଁ କି ଦୋଷ କରିଲି

ଦେଲା ଯେ ଏମିତି ଶାସ୍ତି 

ଅନ୍ୟ ମାନେ ଯେବେ ପୂଜାରେ ଲାଗନ୍ତି

ମୁଁ ହୋଇଯାଏ ବାସି।।।

ମଥାରେ ତମର ନ ରଖିଲ ନାଇ

ପାଦେ ରହିଥାନ୍ତି ପଡି 

କେଉଁ ଜନ୍ମର ମୋ ଦୋଷ ନିଗାଡୁଛ

ଫୁଟିବା ପୂର୍ବରୁ ମୁଁ ଯାଉଛି ଝଡି।।।

ସୂର୍ଯ୍ୟଙ୍କ କିରଣ ପଡିବା ପୂର୍ବରୁ

ଦେହ ମୋର ଯାଏ ମଉଳି 

ଦଗା ଦିଆ ଚାନ୍ଦ ଭଲ କି ପାଇଗଲା

ନାଁ ମୋର ଗଙ୍ଗଶିଉଳି।।।।

ଘନ ଅନ୍ଧକାରେ ନିର୍ଜନ ରାତ୍ରିରେ

ଏକୁଟିଆ ଲାଗେ ଡର

ମୋର ଚିତ୍କାର କି ତମକୁ ଶୁଭୁନି

ସତେ କି ସାଗରେ ପଡିଛି ଭଟା।।।

ଗଙ୍ଗଶିଉଳି ମୁଁ ଗଙ୍ଗଶିଉଳି

ରାତିରେ ଆସି ମୁଁ ପୁଣି ଫେରିଯାଏ

ନା ଲାଗେ ଠାକୁର ଆସନେ

ନା ଖେଳେ ମନ୍ଦିର ପ୍ରାଙ୍ଗଣେ।।।

ରାତି ସାରା ମୋ ଆଖିକୁ ନଥାଏ ନିଦ

ଫୁଲ ସୁକୁମାରି ମୁଁ ଆକାଶ ଚାନ୍ଦ 

ଆସନ୍ତି ଯେବେ ଉଦିତ ସୂର୍ଯ୍ୟ

ଝାଉଁଳି ପଡେ ମୁଁ କରିଣ ଲାଜ।।।

ମଧୁ ମଖି ମୋତେ ପାରେନା ଛୁଇଁ

ଅଳି କରେ ଥରେ ଛୁଇଁବା ପାଇଁ..

ସତୀ ଜୀବନ ମୋ ଅସତୀ ନୋହିବ

ମଧୁ ମଖି କି ମୋ ପଶେ ପଶିବା।।।।

ରାତି ସାରା ମୋର ଖେଳେ ଯୌବନ

ଦେଖିଦେଲେ ହୁଏ ମନ ଉଚ୍ଛନ୍ନ

ରାତିରେ ଆଖିକୁ ନଥାଏ ନିଦ

ଆଖି ମାରୁଥାଏ ଆକାଶେ ଚାନ୍ଦ।।।

ଗଙ୍ଗ ଶିଉଲି ପରି ପରା ଜୀବନ

ଅନ୍ଧାରେ ଆସଇ ପୁଣି ଫେରି ଅନ୍ଧାରେ

ଜୀବନ ଚକ୍ରରେ ମଣିଷ ବୁଲୁଛି

ଫେରି ପାରେ ନାହିଁ ମୋହ ମାୟା ଜାଲରେ।।

ସମୟର ହାତ ବଡ ମହାନ

ନ ଦେଖିଲେ ସେତ ନିଏ ଜୀବନ 

ସବୁ ସତୀ ଏଠି ନିଜ ମନରେ

ତଥାପି ଅଶାନ୍ତି ଏଇ ଜୀବନେ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational