STORYMIRROR

Banasmita Behera

Romance Inspirational

3  

Banasmita Behera

Romance Inspirational

ଆସନ୍ତନି ଥରେ

ଆସନ୍ତନି ଥରେ

1 min
236

ଆସନ୍ତନି ଥରେ ସେହି ମଳୟ ବାସ୍ନାରେ

ସୁସଜ୍ଜିତ ଫୁଲର ସମ୍ଭାର ରେ ,

ନାଲି ଟହ ଟହ ମନ୍ଦାର ଫୁଲରେ

ପ୍ରଜାପତି ହୋଇ ଆସନ୍ତନି ଥରେ ?


ନାଲି ଗୋଲାପର ରକ୍ତିମ ପାଖୁଡ଼ାରେ

ଛୋଟ କାକର ବିନ୍ଦୁଟେ ସାଜି

ଲକ୍ଷେ କଣ୍ଟକର ବଇରୀ ହୋଇ

ମୋ ହାତରେ ସ୍ପର୍ଶ ପାଇବାକୁ ଆସନ୍ତନି ଥରେ ?


ବର୍ଷା ଦିନରେ ହଳଦିଆ ଜହ୍ନି ଆଉ କାକୁଡି ଫୁଲରେ

ବାଡ଼ି ବଗିଚାର ସେ ସବୁଜ ଘାସ ଗାଲିଚାରେ

ଟିକି ଟିକି ଫୁଲର ହସ କୁ ଧରି

ମୋ ଜୀବନକୁ ପୂର୍ଣ କରିବାକୁ ଆସନ୍ତନି ଥରେ?


ଅଗାଢ ପଙ୍କ ରାଶିରେ ପଦୁଅଁ ଟିଏ ସାଜି

ନବ ଦିଗନ୍ତ ର ଅସ୍ତଗମୀ ସୂର୍ଯ୍ୟ ପରେ

ଦୂରେଇବାକୁ ସେଇ ଅଦେଖା ଅନ୍ଧକାର କୁ

ଛୋଟ ଦୀପ ଟିଏ ସାଜି ମୋ ଜୀବନକୁ ଆସନ୍ତନି ଥରେ?


ପ୍ରଚଣ୍ଡ ଗ୍ରୀଷ୍ମ ର ଖରା ତେଜକୁ ଦୁରେଇଦେବାକୁ

ଗମ ଗମ ବହୁଥିବା ମୋର ସେଇ ଶରୀରର ତୃଷ୍ଣା କୁ

ଅଦିନିଆ ବର୍ଷାର ଭିଜୁଥିବା ଅସହାୟ ପଥିକ କୁ

ପ୍ରେରଣା ରୂପୀ ଛତା ଧରି ମୋ ଜୀବନକୁ ଆସନ୍ତନି ଥରେ?


ଅସୀମ ସାଗରରେ ଭାସିଯାଉଥିବା ନାବିକ ବିହୀନ ଭେଳାକୁ

ଆଣିବାକୁ ସମୁଦ୍ର କୂଳକୁ

ସହାୟକ ହୋଇ କାତ ଟିଏ ଧରି

କୂଳକୁ ଭିଡି ଆଣିବାକୁ ଆସନ୍ତନି ଥରେ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance