ଅଫେରା
ଅଫେରା
ମୁକ୍ତ ଆକାଶର ବିହଙ୍ଗ ଭଳି
ଉଡି ଯାଆନ୍ତିକି ଲକ୍ଷ ସ୍ଥଳ କୁ ମୋର,
ନୀଳ ଆକାଶର ବାଦଲ ଟେ ସାଜି
ଭାସି ଯାଆନ୍ତିକି ଦୂର ଦେଶେ ତୋର
ଅଜଣା ଅଚିହ୍ନା ଅତିଥି ସାଜି ମୁଁ
ରହି ଯାଆନ୍ତିକି ହୃଦୟରେ ତୋର।।
ମୋ ମନ କଥା ବୁଝିପାରୁନି
ଚାଲିଗଲୁ କାହିଁ କେତେ ଦୂର,
ଆଜି ବି ବସିଛି ତୋ ପଥ କୁ ଚାହିଁ
କେବେ ଫେରିବୁ ମୋ ଜୀବନ କୁ
ଭରିଦେବା ପାଇଁ ମୋ ସିଂଥିରେ ସିନ୍ଦୁର
ଫେରି ଆସନ୍ତୁନି ସାଜି ଥରେ ଅଫେରା ପଥିକ ସାଜି।।