ବାପା ଥିଲେ ବୋଲି
ବାପା ଥିଲେ ବୋଲି
ବାପା ଥିଲେ କହିଥାନ୍ତେ
ଯାଦୁ ଅଟେ ଯୋଗ
ବଶୀଭୂତ କରିବାକୁ ରୋଗ
ଅଭ୍ୟାସର ଅନ୍ୟତମ ସମ୍ପଦ
ବାପା ଥିଲେ କହୁଥିଲେ
ଅଭ୍ୟାସ ବଳେ ଶିଶୁ ଯଥା
ଶିଖଇ ଚାଲି କହେ କଥା
ଯୋଗକୁ କରିଲେ ଆୟତ୍ତ
ଶରୀର ଓ ମନ ରହେ ସୁସ୍ଥ
ପରାଗେ ନୁହଁ ଭୟଭୀତ
କି ହେବ ଧନ ଦୌଲତ
ବାପାଥିଲେ ଦିଅନ୍ତି ବୁଝାଇ
ଯୋଗ ଅଭ୍ୟାସ ଯେ କରଇ
ଆୟୁଷ ପାଇ ଥାଏ ମହୀ
ଯୋଗହିଁ ଏକମାତ୍ର ଉପଚାର
ବାପାଥିଲେ କାହାକୁ ଖାତର
କରୋନା ଠୁ ବି ଯେତେ ଭୟଙ୍କର
ଯୋଗ ବଳରେ ଯୋଗ କରି
ଯୋଗ ସାଧନେ ଚିତ୍ତ ଭରି
ବାପାଥିଲେ ବସିନଥାନ୍ତି ମନ ମାରି
ଆସୁ ପରାଗ ଅବା କରୋନା ମହାମାରୀ
ମହାଜାଗତିକ ଦୃଶ୍ୟ ଭିତରେ ବାପାଙ୍କୁ
ପଚାରିଥାନ୍ତି ମୁଁ କେତେ ଯେ ପ୍ରଶ୍ନ ଅସୁମାରି ।
