STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ବାପା-ମାଆ ମୋ ଜୀବନ ଦେବତା

ବାପା-ମାଆ ମୋ ଜୀବନ ଦେବତା

1 min
14.6K


ଶ୍ରୀମତୀ ବାସନ୍ତୀ ଲତା ସ୍ଵାଇଁ


ମାଆର ସେନେହ ପବିତ୍ର ଶରୀରେ

ଏ ଦେହଟି ମୋର ଗଢା

ବାପା ମାଆଙ୍କର ଅସରନ୍ତି ତ୍ୟାଗ

ତାଙ୍କ ସ୍ନେହ ମୋତେ ଲୋଡା l

ସେ ଅଟନ୍ତି ମୋର ଜୀବନ ଦେବତା

ଗଢିଛନ୍ତି ସ୍ନେହେ ମୋତେ

ମୋ ବାଲ୍ୟ କିଶୋର ଅସୀମ ଜଞ୍ଜାଳ

ତୋଳି ନେଇଛନ୍ତି କେତେ l

ଡାକିଲେ ଦେବତା ପଛରେ ଶୁଣନ୍ତି

ବାପା, ମାଆ ପ୍ରାଣ କାନ୍ଦେ

ପିଠିକି ଆଉଁସି ପଚାରି ବୁଝନ୍ତି

ଠିଆ ହୋଇ ଭଲ ମନ୍ଦେ l

ତାଙ୍କ ଅଭିଯୋଗ ମୋ ପାଖେ ନ ଥାଏ

ଦୁଃଖ ଚାପି ମୁଖେ ହସ

ଦୁଇ ପଦ କଥା ସେ ମୁଖୁ ଶୁଣିଲେ

ଦୁଃଖ ମୋର ହୁଏ ହାସ l

ଖୋଜି ମୁଁ ବୁଲିବି ସେ ମୁଖରୁ ହସ

ନ ଦେବି ସେ ମାନେ କଷ୍ଟ

ତାଙ୍କରି ସେବାରେ ଜୀବନ ଢାଲିବି

ପୂର୍ଣ କରି ତାଙ୍କ ଇଷ୍ଟ l


Rate this content
Log in

Similar oriya poem from Inspirational