STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ବାଳୁତ ବୀର ସେ

ବାଳୁତ ବୀର ସେ

1 min
13.2K


ଅନନ୍ତ ପଟ୍ଟନାୟକ


ବରଷା ବିଜୁଳି ଖେଳୁଥିଲା ରାତି କୋଳେ

ନାଚୁଥିଲା ନଈ ବାଆ ବତାସିର ବେଳେ,

ନାହା ଭିଡି ବିଲେ ମଙ୍ଗରେ ରଖି ହାତ,

ଶୋଇଥିଲା ଚେଇଁ ଉଭାରି ଆହୁଲା କାତ,

ନାଉରି ଟୋକା ସେ ଦେଶର ଆଦେଶ ପାଇଁ

ନେଇଥିଲା ନାହା ସଞ୍ଜୁ ବିଲକୁ ବାହି !

ପୂରୁବ ଆକାଶେ ଫିକା ନ ପଡୁଣୁ ରାତି

ବିହଗେ ନଉଠୁଁ କଳକାକଳିରେ ମାତି,

ଅନ୍ଧାର ତଳୁ କେତୁଟା ଅସୁର ଆଖି-

‘କିଏରେ ନାଉରି ?’ ଘାଟରୁ ଉଠିଲା ଡାକି

ଆଣରେ ବେଗେ ତୁ, ଲଗାରେ କୂଳରେ ନାହା !

ପାରି କରି ଦେଏ – ନ ଦେଖୁ ନଜାଣୁ ଗାଆଁ l“

ନିଦ ମଳ ମଳ ଆଖି ଦୋଟି ମଳି ମଳି

କର ଲେଉଟାଇ କୁଳକୁ ଅନାଉ ଢଳି

ହସିଲା ଟୋକା ସେ, ଓଠକୁ ଓଠରେ ଚାପି,

ମନକୁ ମନ ତା କି କଥା ଅତଳ ମାପି l

ଦୂରରୁ ଦୂରକୁ ନେଲା ମଝି ବିଲେ ବାହି !

ଡାକିଲେ ଶତ୍ରୁ କଟାଶିଆ ଡୋଳେ ଚାହିଁ –

‘ ପିଲା ବକଟେ ତୁ ଆମକୁ, ଦେଖ୍ ,ନ ରଗା !’

ଲଗା ନାହା ପଛେ –ଘାଟ-ଅଘାଟରେ ଲଗା !’

ନାହl ଚାଲିଯାଏ ବିଲ ପାଣି ପାଟେ

ତଳକୁ ତଳକୁ ଖସି !

କହିଲା ଟୋକା ସେ ବୀର ଦର୍ପରେ ହସି-

‘ନେବି ନlହିଁ ନାହା ଭାଇର ଆଦେଶ ନlହିଁ !

ମଣିଷ-ମରାଳି ଆମରି ରକ୍ତ-ପାୟୀ

ସିପାହି-କୁଳକୁ ପାରି କରି ଦେବା ପାଇଁ !

ନା’ , ନେବି ନାହିଁ ନାହା..”

ଧାଇଁ ଧାଇଁ ଧାଇଁ ନଳୀରୁ ଛୁଟିଲା ଗୁଳି

ପଲକେ ପଡିଲା ନାଉରି ଟୋକା ସେ

ଡଙ୍ଗା ଉପରେ ଟଳି-

ପହଁରି ପଲାସି ସିପାହୀ ଆସିରେ

ସଙ୍ଗିନ ମୁନେ ଭୁଷିଲା ମଥା ତା !

ଓଲଟିଗଲା ତା ‘ କଆଁଳ ଖପୁରି-ତଳି !!

ବାଳୁତ ବୀର ସେ ବାଜି ରାଉତର

ତତଲା ରକତ ଧାର !

ଦଳିତ ଜାତିର ଲଲାଟେ ଲେଖିଲା,

ମୁକ୍ତି ସମରେ, ଆଦ୍ଯ ବିଜୟ ଗାର !!

ଆସୁଥିଲେ ଲୋକେ ଗାଆଁରୁ ଗାଆଁରୁ

ବିଲ-ଗହଳରେ ଧାଇଁ !

ମେଘ କୋଳେ ଦୂରେ ଉଇଁଲା ସୂର୍ଯ୍ୟ ଚାହିଁ-

ତଟ ଘାସ ବୁଦା ଆଶ୍ଳେଷ ପାଇ

'ଅତ୍ୟାଚାରୀର ଶାସନ ସାରିଲା !

ଭୟ ନlହିଁ ! ଭୟ ନlହିଁ !!"


સામગ્રીને રેટ આપો
લોગિન

Similar oriya poem from Classics